ନୟାଗଡ଼, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଉଥିଲେ ୭ ହଜାର ଟଙ୍କା । ଭିଜିଲାନ୍ସ ଜାଲରେ ପଡିଗଲେ । ସୁଚନାନୁସାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଜଣେ ବ୍ୟକ୍ତି ଠାରୁ ମୋ ଗୁହାଳ ଘର ଯୋଜନାରେ ମ୍ୟାଟେରିଆଲ ବିଲ୍ ରିଲିଜ କରିବା ପାଇଁ ୭ ହଜାର ଟଙ୍କା ଅଭିଯୋଗ କାରୀଙ୍କୁ ଲାଞ୍ଚ ମାଗିଥିଲେ । ଆଜି ଦିନ ୧ ଘଟିକା ସମୟରେ ଅଭିଯୋଗ କାରୀ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ମାଡି ବସିଲା । ଭିଜିଲାନ୍ସ ଟିମ ସମସ୍ତ ୭ ହଜାର ଟଙ୍କାକୁ ଜବତ କରିଛି । ଏଥି ସହିତ ଯନ୍ତ୍ରୀ ମଲ୍ଲିକ ଙ୍କ ଦୁଇଟି ସ୍ଥାନରେ ଚଢ଼ଉ ଜାରି ରହିଛି । ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି ।





