Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ୱାସରୁଦ୍ଧ ହୋଇ ଯାଇଛି ଶୁଭଶ୍ରୀଙ୍କ ଜୀବନ, ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ଅଛି ନୟାଗଡ଼ ଲିଙ୍କ

by ସଞ୍ଜୟ ସ୍ୱାଇଁ
September 2, 2022
in Crime, Nayagarh, State
ଶ୍ୱାସରୁଦ୍ଧ ହୋଇ ଯାଇଛି ଶୁଭଶ୍ରୀଙ୍କ ଜୀବନ, ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ଅଛି ନୟାଗଡ଼ ଲିଙ୍କ
261
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱର ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ଘଟଣାର ଧୀରେ ଧୀରେ ଫିଟୁଛି ଗୁମର। ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଜି ଆସିଛି। ଶୁଭଶ୍ରୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହା ସହ ଝୁଲନ୍ତା ଅବସ୍ଥାରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶୁଭଶ୍ରୀ ମୃତ୍ୟୁ ଘଟଣାରେ ଖାରବେଳ ନଗର ଥାନା ପୁଲିସ ଗତକାଲି ନୟାଗଡ଼ର ଚିତରଞ୍ଜନ ଜେନା ଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଶୁଭଶ୍ରୀଙ୍କର ନିଜ ଗ୍ରାମରେ ଚିତରଞ୍ଜନଙ୍କ ଘର । କଲେଜ ପଢ଼ିବାବେଳେ ଉଭୟଙ୍କ ସହିତ ରହିଥିଲା ସମ୍ପର୍କ । ଶୁଭଶ୍ରୀ ମରିବାର ଅଧଘଣ୍ଟା ପୂର୍ବରୁ ସଂପୃକ୍ତ ଯୁବକଙ୍କୁ ଶେଷ କଲ୍ କରିଥିଲେ। ସେହି କଲ୍‌ର ଅବଧି ୨୭ ସେକେଣ୍ଡ ଥିଲା । ମଙ୍ଗଳବାର ଶୁଭଶ୍ରୀଙ୍କର ସନ୍ଦେହଜନକଙ୍କ ଭାବେ ମୃତ୍ୟୁ ଘଟିଥିବା ବେଳେ ସେହିଦିନ ସେ ସଂପୃକ୍ତ ଯୁବକଙ୍କୁ ୭ ଥର କଲ୍‌ କରିଥିଲେ। ଶୁଭଶ୍ରୀଙ୍କ ମୋବାଇଲ୍‌ରୁ ଶେଷ କଲ୍ ମଧ୍ୟ ତାଙ୍କ ପାଖକୁ ଯାଇଥିଲା। ଶୁଭଶ୍ରୀ ସଂପୃକ୍ତ ଯୁବକଙ୍କ ସହ ଶେଷ ଥର ପାଇଁ ୨୭ ସେକେଣ୍ଡ ପାଇଁ କଥା ହୋଇଥିଲେ। ତେବେ ସେ କ’ଣ କଥା ହୋଇଥିଲେ ପୁଲିସ ତାର ଖୋଳତାଡ଼ କରୁଛି। ସେହିପରି ଉକ୍ତ ଯୁବକଙ୍କ ସହ ଶୁଭଶ୍ରୀଙ୍କର କ’ଣ ସମ୍ପର୍କ ଥିଲା ସେ ବିଷୟରେ ବି ପୁଲିସ୍ ପଚରାଉଚରା କରୁଛି। ତେବେ ସେହି ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ଚିହ୍ନିଥିବା ଜଣାପଡ଼ିଥିଲା। ମଙ୍ଗଳବାର ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଘରୁ ଶୁଭଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବେଡ୍‌ ଉପରେ ତାଙ୍କ ମୃତଦେହ ପଡ଼ିଥିଲା। ୪ ବର୍ଷର ପୁଅ ଟ୍ୟୁସନରୁ ଫେରି ଶୁଭଶ୍ରୀଙ୍କୁ ଏପରି ଅବସ୍ଥାରେ ପଡ଼ିଥିବା ଦେଖି ପାଖ ପଡ଼ୋଶୀଙ୍କୁ ଜଣାଇଥିଲା। ପଡ଼ୋଶୀମାନେ ଶୁଭଶ୍ରୀଙ୍କ ସ୍ୱାମୀଙ୍କୁ ଫୋନ୍ କରିଥିଲେ। ସେ ଆସିବା ପରେ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୁଭଶ୍ରୀଙ୍କ ବେକରେ କଟା ଦାଗ ରହିଥିଲା। ଶୁଭଶ୍ରୀଙ୍କ ସ୍ୱାମୀ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ସେ କାମକୁ ଯାଇଥିଲା ବେଳେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିଲା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!