ସୋର, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ କାନପୁର ଗ୍ରାମର ନୃସିଂହ ସାହୁଙ୍କ ମୃତଦେହ ପୋଖରୀରୁ ପୋଲିସ୍ ଉଦ୍ଧାର କରିଛି। ନୃସିଂହଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗାଯାଇଥିବା ଅଭିଯୋଗ ହୋିଛି। ଏସମ୍ପର୍କରେ ମୃତ ନୃସିଂହ ସାହୁଙ୍କ ପୁତୁରା ଗଜେନ୍ଦ୍ର ସାହୁ ଅନନ୍ତପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଗଜେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ପୂର୍ବରୁ କିଛି ଲୋକଙ୍କ ସହିତ ନୃସିଂହଙ୍କ ପାଟିତୁଣ୍ଡ ହୋଇ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ କେତେ ଜଣ ଗିରଫ ହୋଇଥିଲେ। ଅଭିଯୁକ୍ତମାନେ ସୋମବାର ଜେଲରୁ ଫେରିଥିଲେ। ଅନ୍ୟପକ୍ଷରେ ଗତ ସୋମବାର ରାତିରୁ ନୃସିଂହ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ଖୋଜାଖୋଜି କରି ପାଇ ନ ଥିଲେ। ତେବେ ଗୁରୁବାର ତାଙ୍କ ମୃତଦେହ ଘର ପଛପଟେ ଥିବା ପୋଖରୀରୁ ମିଳିଥିଲା।





