ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ସଦର ଥାନା ଅନ୍ତର୍ଗତ ଆଦମପୁରରେ ନିଶା ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ। ବାଇକ ପୋଡ଼ିବା ସହ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା। ଗାଁର କିଛି ଯୁବକ ନଦୀ ପଠାରେ ବହୁ ଦିନରୁ ଧଳା ଜହର ବେପାର କରୁଥିଲେ। ତେବେ ଅନ୍ୟ ଏକ ଅଞ୍ଚଳରୁ ଆସୁଥିବା ଜଣେ ନିଶାଡ଼ି ବିଶ୍ବରଞ୍ଜନ ମିଶ୍ରଙ୍କ ଗାଡ଼ିକୁ ନିଶାଡି ରାକେଶ ବେହେରା ନିଆଁ ଲଗାଇ ରାକେଶ ଫେରାର ହୋଇଯାଇଥିଲେ। ଖବର ପାଇ ଗାଁ ଲୋକ ପହଞ୍ଚିଲା ବେଳକୁ ଗାଡ଼ିଟି ଜଳି ଯାଇଥିଲା। ତେବେ ଖୋଲା ଖୋଲି ନିଶା ବେପାରକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।





