Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆନ୍ଧ୍ରରୁ ଓଡ଼ିଶା ଚାଲାଣ ହେଉଥିଲେ ୧୫ ମାଙ୍କଡ

by ସଞ୍ଜୟ ସ୍ୱାଇଁ
September 1, 2022
in Crime, State
ଆନ୍ଧ୍ରରୁ ଓଡ଼ିଶା ଚାଲାଣ ହେଉଥିଲେ ୧୫ ମାଙ୍କଡ
196
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଜରଡ଼ା ଅଞ୍ଚଳରୁ ୧୦ଟି ମୃତ ମାଙ୍କଡ ସହ ୫ଟି ଜୀବନ୍ତ ଉଦ୍ଧାର କରାଯାଇଛି। ଆନ୍ଧ୍ରରୁ ଓଡ଼ିଶାକୁ ଚଳାଣ ବେଳେ ବ୍ରହ୍ମପୁର ବନ ବିଭାଗ ଚଢ଼ାଉ କରି ଏହି ମାଙ୍କଡ଼ ଗୁଡ଼ିକୁ ଉଦ୍ଧାର କରିଛି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚଞ୍ଚଳ କଲୋନୀର ରମେଶ ସିଂ ଓ ଶ୍ରୀକାକୁଲାମ ର ପି. ନାଗରାଜୁ। ଗତ ୩୦ ତାରିଖ ଦିନ ସକାଳେ ଆନ୍ଧ୍ରର ଭୈରବ ଅଞ୍ଚଳରୁ ୮ଟି ବସ୍ତାରେ ମାଙ୍କଡ ଗୁଡ଼ିକ ପୁରାଇ ଏକ ଡାଲା ଅଟୋରେ ଓଡ଼ିଶା ଚାଲାଣ ହେଉଥିଲା। ବନ ବିଭାଗ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲା। ପରେ ବନ ବିଭାଗ ମାଙ୍କଡ଼ ଗୁଡ଼ିକୁ ଉଦ୍ଧାର କରିବାକୁ ଯୋଜନା କରିଥିଲା। ଜରଡ଼ା ଅଞ୍ଚଳରେ ବନ ବିଭାଗର କର୍ମଚାରୀ ଛପି ରହିଥିଲେ। ରାତି ପ୍ରାୟ ୧୨ଟା ସମୟରେ ଗାଡ଼ିଟି ଜରଡ଼ା ଦେଇ ଅତିକ୍ରମ କଲା ବେଳେ ବନ ବିଭାଗ କର୍ମଚାରୀ ଅଟୋକୁ ଅଟକାଇଥିଲେ। ଅଟୋ ଯାଞ୍ଚ କଲା ବେଳେ ୮ଟି ବସ୍ତାରେ ୧୫ଟି ମାଙ୍କଡ଼ ବାହାରିଥିଲେ। ୧୫ଟି ମାଙ୍କଡରୁ ଓ ୧୦ଟି ମାଙ୍କଡ଼ର ମୃତ୍ୟୁ ଘଟିଥିବା ବେଳେ ୫ଟିର ଜୀବନ୍ତ ଥିଲେ। ଜୀବନ୍ତ ମାଙ୍କଡ଼କୁ ବନ ବିଭାଗ ଜଙ୍ଗଲରେ ଛାଡ଼ି ଦେଇଥିଲେ। ଏହି ଘଟଣାରେ ରମେଶ ସିଂ ଓ ନାଗରାଜୁଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାଙ୍କଡ଼ ଗୁଡ଼ିକ ଆନ୍ଧ୍ରର ଭୈରବପୁରରେ ଉପଦ୍ରବ କରୁଥିଲେ। ସେମାନଙ୍କୁ ଧରି ତୁମ୍ବା ଜଙ୍ଗଲରେ ଛାଡ଼ିବା ପାଇ ଅଣାଯାଇଥିଲା ବୋଲି ଅଭିଯୁକ୍ତମାନେ କହିଛନ୍ତି। ଘଟଣାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ।।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!