ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଡକାୟତି ଯୋଜନା ପଣ୍ଡ କଲା ପାଟପୁର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରିବା ପରେ ପାଟପୁର ଥାନା ପି ରାମଚନ୍ଦ୍ରପୁର ବିଶ୍ରାମାଗାରରେ ଚାଲିଥିବା ଡକାୟତି ଯୋଜନା ପଣ୍ଡ ହୋଇଛି । ଏଥିରେ ଜଡ଼ିତ ୧୦ ଜଣଙ୍କୁ ଗିରଫ କରିବା ସହ ବିଭିନ୍ନ ପ୍ରକାରର ମାରଣାସ୍ତ୍ର, ଛଅଟି ଅଫୁଟା ବୋମା, ସାଇକେଲ ଚେନ, ଦୁଇଟି ବାଇକ ଜବତ କରିଛି ପୋଲିସ ।





