ଭୁବନେଶ୍ବର, (ବାଘୁଆବାର୍ତ୍ତା): ଆଗକୁ ଆସୁଛି ପାର୍ବଣ ଋତୁ। ଭୁବନେଶ୍ୱର ପ୍ରତ୍ୟେକ ପୋଲିସ ଥାନାରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଏକ ବିଶେଷ ସୂତ୍ରରୁ କମିଶନରେଟ ପୋଲିସ ଖବର ପାଇ ସହିଦ ନଗର ଥାନା ଅଞ୍ଚଳରେ ଅପରାଧ ଘଟାଇବାକୁ ଯୋଜନା କରୁଥିବା ୩ ଜଣକୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ୩ ଜଣ ବ୍ୟକ୍ତି ହେଉଛନ୍ତି ରଞ୍ଜନ ନାୟକ, ମୁକେଶ ସାହୁ ଏବଂ ଅରୁଣଜିତ ନାୟକ। ପୋଲିସ ସେମାନଙ୍କ ଠାରୁ ୨ ଟି ବନ୍ଧୁକ, ୭ ଟି ଅଫୁଟା ଗୁଳି, ଦୁଇଟି ମାଗାଜିନ ଏବଂ ଗୋଟିଏ ବୁଲେଟ ଜବତ କରିଛି।





