ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ-ପାକିସ୍ତାନ ଦମଦାର ଲଢେଇ ଦେଖୀବାକୁ ମିଳିଛି ଏସିଆ କପ୍-୨୦୨୨ ଦୁବାଇ କ୍ରିକେଟ୍ ମୈଦାନରେ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ । ତେବେ ପାକିସ୍ତାନ ନିର୍ଦ୍ଧାରି ୨୦ ଓଭର ପରିସରରେ ସମସ୍ତ ଓି୍ୱକେଟ୍ ହରାଇ ୧୪୭ ରନ୍ କରିବାରେ ସକ୍ଷମ ହୋଇଥିଲା । ତେବେ ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪ ଓଭରରେ ୨୬ ରନ୍ ଦେଇ ୪ଟି ଓି୍ୱକେଟ୍ ହାସଲ କରିଥିବା ବେଳେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୨୫ରନ୍ ଦେଇ ୩ଟି ଓି୍ୱକେଟ, ଆର୍ଶସଦିପ୍ ସିଂ ୨ଟି, ଅଭେଶ ଖାଁନ୍ ୧ଟି ଓି୍ୱକେଟ୍ ଅକ୍ତିଆର କରିଥିଲେ । ଭାରତ ୧୪୮ରନର ବିଜୟ ଲକ୍ଷ ନେଇ ପ୍ୟାଭିଲିୟନ ଭିତରକୁ ପ୍ରବେଶ କରିଥିଲା । ଭାରତ ୧ ରନ କରିଥିବା ବେଳେ ପ୍ରଥମ ଝଟକା ଲାଗିଥିଲା ଯାହାଫଳରେ ଲୋକେଶ୍ ରାହୁଲ ଆଉଟ୍ ହୋଇଥିଲେ । ୮୯ ରନ୍ ସମୟରେ ୪ଟି ଓି୍ୱକେଟ୍ ଭାରତ ଯାଇଥିବା ବେଳେ ବ୍ୟାଟିଂରେ ବିପର୍ଯ୍ୟସ୍ଥ ଘଟିଥିଲା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂରେ ଧରାଶାୟୀ ହୋଇଥିଲା ପାକିସ୍ତାନ । ଭାରତ ମୂଲ୍ୟବାନ ୫ଟି ଓି୍ୱକେଟ୍ ହରାଇ ୧୪୮ରନ କରି ବିଜୟ ହାସଲ କରିଥିଲା । ପାକିସ୍ତାନ ବୋଲର ମହମ୍ମଦ ନାଜାଦ୍ ୩ଟି ଓି୍ୱକେଟ୍, ନସିମ୍ ସାହା ୨ଟି ଓି୍ୱକେଟ୍ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ରୋହିତ୍ ଶର୍ମା ୧୨ ରନ୍, ବିରାଟ କୋହିଲ୍ ୩୫ ରନ୍, ରବିନ୍ଦ୍ର ଜାଡେଜା ୩୫ ରନ୍, ସୂର୍ଯ୍ୟକୁମାର ଯାଦବ୍ ୧୮ରନ୍ ଦିନେଶ୍ କାର୍ତ୍ତିକ ୧ରନ କରିଥିବା ବେଳେ ପାଣ୍ଡ୍ୟା ୧୭ ବଲରେ ୪ଟି ଚୌକା ଓ ୧ଟି ଛକା ସହାୟତାରେ ୩୩ରନ୍ କରି ଭାରତକୁ ଭିଜୟ କରାଇଥିଲେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ଜଣାପଡିଛି ।






