ମାଲକାନଗିରି, (ବାଘୁଆବାର୍ତ୍ତା): ମହାରାଷ୍ଟ୍ର ଗଡଚିରୋଲି ପୋଲିସ ହାତରେ ଧରାପଡିଲେ ତିନି ଜଣ ହାଡକୋର ମାଓବାଦୀ । ଛତିଶଗଡ-ମହାରାଷ୍ଟ୍ର ସୀମାନ୍ତ କୋୟାର ଜଙ୍ଗଲରେ ସିଆରପିଏଫ ଓ ସି-୬୦ ବାହିନୀ ପକ୍ଷରୁ ମିଳିତ କମ୍ୱିଂ ଅପରେସନ ଚାଲିଥିବା ବେଳେ ନକ୍ସଲ ପନ୍ଥିଙ୍କ ସହ ଜବାନ ମାନେ ମୁହାଁ ମୁହିଁ ହୋଇଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ଜବାନଙ୍କ ହାତରେ ଧରା ପଡିଛନ୍ତି ଏହି ତିନି ଜଣ ମାଓବାଦୀ । ଗିରଫ ତିନି ଜଣ ମାଓବାଦୀ ହେଲେ ରମେଶ ସୟାବି ପାଲ୍ଲୋ, ରେନୁ ନାରୋଟେ ଓ ଶସି ସମରୁ ପୁଙ୍ଗାଟି । ଏମାନଙ୍କ ଉପରେ ପୁର୍ବରୁ ମହାରାଷ୍ଟ୍ର ସରକାର ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ତେଲେଙ୍ଗାନା, ଛତିଶଗଡ ଓ ମହାରାଷ୍ଟ୍ରର ଅନେକ ହିଂସା କାଣ୍ଡରେ ଏମାନେ ଜଡିତ ଥିବା ଗଡଚିରୋଲି ଏସପି କହିଛନ୍ତି ।





