ରାଉରକେଲା, (ବାଘୁଆବାର୍ତ୍ତା): ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ। ନିଶାଶକ୍ତ ଅବସ୍ଥାରେ ପଡ଼ୋଶୀ ମହିଳାଙ୍କୁ ଜଣେ ଯୁବକ ହତ୍ୟା କରିଛି । ରାଉଲକେଲାର ବିଶ୍ରା ଥାନା ଅଧୀନ ବୁଦୁଲଜୋର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ହଉରୀ ଟିଗା । ହତ୍ୟାକାରୀ ସମ୍ପୃକ୍ତ ମହିଳାଙ୍କୁ ଫାର୍ସାରେ ଆକ୍ରମଣ କରିଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ରେମା ଓରାମ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।





