Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାନ ଭାଇକୁ ପୋଡି ମାରିବା ଉଦ୍ୟମ ଘଟଣାରେ ବଡ଼ ଭାଇ ଓ ଭାଉଜଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

by ସଞ୍ଜୟ ସ୍ୱାଇଁ
August 26, 2022
in Crime, State
ସାନ ଭାଇକୁ ପୋଡି ମାରିବା ଉଦ୍ୟମ ଘଟଣାରେ ବଡ଼ ଭାଇ ଓ ଭାଉଜଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
50
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ନୀଳଗିରି ସହକାରୀ ଦୌରା ଜଜଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ସାନ ଭାଇକୁ ପୋଡି ମାରିବା ଉଦ୍ୟମ ଘଟଣାରେ ବଡ଼ ଭାଇ ଓ ଭାଉଜଙ୍କୁ ୧୦ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି । ସୂଚନାଯୋଗ୍ୟ ଯେ, ନୀଳଗିରି ଥାନା ଅଧିନ ମିରିଗିଣି ଗ୍ରାମର ୨୦୧୬ ମସିହା ମେ’ ମାସ ୨୩ ତାରିଖରେ ଆସିଥିଲା ଏକ ସଙ୍ଗୀନ ଅଭିଯୋଗ । ଏହି ଗ୍ରାମର ଶିଶିର ଜେନା ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବାକୁ ଚାହୁଁଥିଲେ । ହେଲେ ତାଙ୍କର ଭାଉଜ ବନସ୍ମିତା ତୀବ୍ର ବିରୋଧ କରିଥିଲେ ।ତାଙ୍କ ସ୍ବାମୀ କାର୍ତ୍ତିକଙ୍କୁ ମିଛରେ ଅନେକ କଥା କହି ଦିଅରଙ୍କୁ ନିର୍ୟାତନା ଦେଉଥିଲେ ।ଦିନେ ଶିଶିର ଘରେ ଶୋଇଥିବା ବେଳେ କିଛି ତରଳ ପଦାର୍ଥ ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଉଭୟ ଦମ୍ପତ୍ତି । ଶିଶିରଙ୍କୁ ଗୁରୁତର ଭାବେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକତ୍ସା କରାଯାଇଥିଲା । ହେଲେ ତାଙ୍କର ଘା ନଶୁଖିବାରୁ ବହୁ ଦିନ ଧରି କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇ ଜୀବନ ମରଣ ସହ ସଂଗ୍ରାମ କରିଥିଲେ । ପରେ ତାଙ୍କର ଦୁଇଟି ଗୋଡ଼ କଟାଯିବାରୁ ସେ ସବୁଦିନ ପାଇଁ ପଙ୍ଗୁ ହୋଇଯାଇଥିଲେ । ଏନେଇ ତାଙ୍କର ଅନ୍ୟ ଜଣେ ଭାଇ ଥାନାରେ ଅଭିଯୋଗ କରିଥିଲେ । ପରେ କୋର୍ଟକୁ ଚାର୍ଟସିଟ ଦାଖଲ କରାଯିବା ପରେ ୧୯ଜଣ ସାକ୍ଷୀକୁ ନେଇ କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।ଏହି କେଶକୁ ସରକାରଙ୍କ ତରଫରୁ ଅତିରିକ୍ତ ପିପି ଅମରେନ୍ଦ୍ର ପଟ୍ଟନାୟକ ମୋକଦ୍ଦମା ପରିଚାଳନା କରୁଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!