Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକା କନ୍ୟାକୁ ଅପହରଣ ଅଭିଯୋଗ, ଆସାମୀ କୁ ୫ ବର୍ଷ ଜେଲଦଣ୍ଡ,୧୦ ହଜାର ଜୋରିମାନା

by ସଞ୍ଜୟ ସ୍ୱାଇଁ
August 26, 2022
in Crime, Nayagarh, State
ନାବାଳିକା କନ୍ୟାକୁ ଅପହରଣ ଅଭିଯୋଗ, ଆସାମୀ କୁ ୫ ବର୍ଷ ଜେଲଦଣ୍ଡ,୧୦ ହଜାର ଜୋରିମାନା
324
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଳା ଫାଷ୍ଟ ଟ୍ରାକ ପୋଷ୍କ କୋର୍ଟ ର ବିଚାରପତି ବିରଞ୍ଚି କୁମାର ରଥ ଆଜି ଏକ ୫ ବର୍ଷର ନାବାଳିକା କନ୍ୟାକୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଅଭିଯୋଗର ବିଚାର କରି ଆସାମୀ ପ୍ରମୋଦ ଦେହୁରୀ, ୩୦ ବର୍ଷ ପି:-ମାଟିଆ ଦେହୁରି, ସା:-ଭାପୁର, ଥା:-ଫତେଗଡ଼ କୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲା ପରିଚାଳନା କରୁଥିବା ସ୍ପେଶିଆଲ ପବ୍ଲିକ ପ୍ରୋସିକୁଟର ଅମିୟ ପଟ୍ଟନାୟକଙ୍କ ସୂଚନା ଅନୁସାରେ ଗତ ୨୪.୦୪.୧୮ ରେ ଫତେଗଡ଼ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ କେଶ ୮୫/୧୮ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ଫତେଗଡ଼ ଥାନା ଅଞ୍ଚଳର ଜନୈକ ୫ ବର୍ଷର ନାବାଳିକା କନ୍ୟା ଦିନ ଦ୍ୱପହରେ ଗାଁ ଦାଣ୍ଡରେ ତାଙ୍କ ସାଙ୍ଗ ମାନଙ୍କ ସହିତ ଖେଳୁଥିବା ବେଳେ ଆସାମୀ ପ୍ରମୋଦ ତାକୁ ଚକୋଲେଟ ଓ ମିକ୍ଚର କିଣି ଆଣିବା ପାଇଁ ପଇସା ଦେଇ ଦୋକାନକୁ ପଠାଇଥିଲା । କିଛି ସମୟ ପରେ ଝିଅଟି ଦୋକାନରୁ ଫେରିଆସି ଦୋକାନ ବନ୍ଦ ଅଛି କହିବାରୁ ତାକୁ ଜବରଦସ୍ତ ପାଖରେ ଥିବା ଏକ ଘରକୁ ଟେକି ନେଇ ତାର ପ୍ୟାଣ୍ଟ ସାର୍ଟ ଖୋଲି ଦୁଷ୍କର୍ମ କରିବା ଉଦ୍ୟମ କରନ୍ତେ ଝିଅଟି ଭୟଭୀତ ହୋଇ ବଡ଼ ପାଟିରେ କାନ୍ଦ ବୋବାଳି କରିବାରୁ ସାଇ ପଡିଶା ଲୋକ ଚିତ୍କାର ଶୁଣି ଉକ୍ତ ଘରର କବାଟ ଭାଙ୍ଗି ନାବାଳିକା କନ୍ୟାକୁ ଆସାମୀ ନିକଟରୁ ଉଦ୍ଧାର କରିଥିଲେ । ପରେ ପରେ ଘଟଣା ପ୍ରଚାରିତ ହେବାରେ ପରେ ଗ୍ରାମ୍ୟ କମିଟିକୁ ଆସିଥିଲା ଏବଂ ସେଠାରେ କିଛି ସମାଧାନର ବାଟ ନପାଇ ଶେଷରେ ପିଡୀତା ର ବାପା ଫତେଗଡ଼ ଥାନାର ଆଶ୍ରୟ ନେଲେ । ପୁଲିସ ଘଟଣାର ତଦନ୍ତ କରି ମୁଦାଲା ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କଲା । ଉକ୍ତ ମାମଲାଟି ଗତ ବର୍ଷ ଅଗଷ୍ଟ ମାସରୁ ଫାଷ୍ଟ ଟ୍ରାକ କୋର୍ଟ କୁ ସ୍ଥାନାନ୍ତରିତ ହୋଇ ବିଚାର ପ୍ରକ୍ରିୟା ଚାଲିଥିଲା । ୧୮ ଜଣ ସାକ୍ଷୀଙ୍କ ବୟାନ ଡାକ୍ତରୀ ରିପୋର୍ଟ, ପ୍ରତିପକ୍ଷ ଓକିଲ ଓ ସରକାରୀ ଓକିଲ ଅମୀୟ ପଟ୍ଟନାୟକଙ୍କ ଜବାବ ସୁଆଲ ତର୍ଜମା କରି ବିଚାରପତି ଆଜି ଏହି ରାୟ ଶୁଣାଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!