ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ବର ଖାରବେଳନଗର ଅଞ୍ଚଳରେ ଆଉ ଏକ ଆତ୍ମହତ୍ୟା । ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବତୀ । ମିଳିଥିବା ସୂଚନା ମୁତାବକ ଯୁବତୀ ଜଣଙ୍କ ନାଁ ସସ୍ମିତା ବାରିକ । ସସ୍ମିତା ସହୀଦନଗର ଅଞ୍ଚଳରେ ଏକ ପ୍ରାଇଭେଟ କଂପାନୀରେ କାମ କରନ୍ତି । ଗତ କାଲି ଅଫିସରୁ ବିଳମ୍ବରେ ଆସିବେ ବୋଲି ଘରେ କହିଥିଲେ । କମ୍ପାନୀରୁ କାର୍ୟ୍ୟ ସାରି ରାତି ୮ଟାରେ ଘରେ ସସ୍ମିତା ପହଞ୍ଚିଥିବା କହିଛନ୍ତି ତାଙ୍କ ବାପା । ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ପୋଲିସ ।





