Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣା, ହତ୍ୟା ମାମଲା ରୁଜୁ କଲା ପୁଲିସ, ଆସିଲା ପୋଷ୍ଟମଟମ ରିପୋର୍ଟ

by ସଞ୍ଜୟ ସ୍ୱାଇଁ
August 25, 2022
in Crime, NATIONAL NEWS
ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣା, ହତ୍ୟା ମାମଲା ରୁଜୁ କଲା ପୁଲିସ, ଆସିଲା ପୋଷ୍ଟମଟମ ରିପୋର୍ଟ
125
VIEWS
Share on FacebookShare on Twitter

ପାଣାଜୀ, (ବାଘୁଆବାର୍ତ୍ତା): ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣାରେ ଗୋଆ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ଆଇପିସି ଧାରା ୩୦୨ରେ ମାମଲା ରୁଜୁ କରିଛି ପୁଲିସ। ଫୋଗାଟ ପରିବାରର ଅଭିଯୋଗକ୍ରମେ ପୁଲିସ ଏହି ମାମଲା ରୁଜୁ କରିଛି। ସେହିପରି ସୋନାଲିଙ୍କ ପରିବାରର ସମ୍ମତିକ୍ରମେ ପୁଲିସ ତାଙ୍କ ଶବ ବ୍ୟବଚ୍ଛେଦ କରାଇବାକୁ ନିଷ୍ପତ୍ତି ନେଇଛି। ସୋନାଲିଙ୍କ ପୁତୁରା ମୋନିନ୍ଦର ଫୋଗାଟ କହିଛନ୍ତି, ଆମେ ସୋନାଲିଙ୍କ ଶବ ବ୍ୟବଚ୍ଛେଦ ପାଇଁ ସମ୍ମତି ଜଣାଇଛୁ। କାରଣ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ମୃତଦେହର ଅବସ୍ଥା ଅଧିକ ‌ଖରାପ ହୋଇଯିବ। ଏ ସମ୍ପର୍କରେ ଡାକ୍ତର ଓ ଆମ ଓକିଲ କହିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଆମେ ସମ୍ମତି ଜଣାଇଛୁ। ଏକ ସ୍ୱତନ୍ତ୍ର ମେଡିକାଲ ଟିମ ତାଙ୍କ ଶବ ବ୍ୟବଚ୍ଛେଦ କରିବ ବୋଲି ଆମକୁ ଆଶ୍ୱାସନା ଦିଆଯାଇଛି। ଗତ ଅଗଷ୍ଟ ୨୩ରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ତାଙ୍କ ଭଉଣୀ ଅଭିଯୋଗ କରିଥିଲେ। ଖାଦ୍ୟ ଖାଇବା ପରେ ସୋନାଲି ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଏହା ମଧ୍ୟରେ ସୋନାଲିଙ୍କ ପୋଷ୍ଟମଟମ ରିପୋର୍ଟ ଆସିଛି । ବିଭିନ୍ନ ସ୍ଥାନରେ ଆଘାତ ହୋଇଥିବା ଜଣାପଡିଛି । ୨୦୧୯ ମସିହାରେ ହରିୟାଣା ନିର୍ବାଚନରେ ବିଜେପି ପକ୍ଷରୁ ଆଦମପୁର ବିଧାନସଭା ଆସନରୁ ଟିକେଟ୍‌ ପାଇଥିଲେ ସୋନାଲି। ସେ ତତ୍କାଳୀନ କଂଗ୍ରେସ ନେତା କୁଲଦୀପ ବିଷ୍ଣୋଇଙ୍କୁ ପରାସ୍ତ ମଧ୍ୟ କରିଥିଲେ। ଗତ ସପ୍ତାହରେ ସୋନାଲି ଫୋଗାଟଙ୍କୁ ବିଷ୍ଣୋଇ ଭେଟିଥିଲେ । ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି ଏକ ନୂଆ ଭିଡିଓ ପୋଷ୍ଟ କରିଥିଲେ। ଏଥିସହ ଟ୍ୱିଟର ଆକାଉଣ୍ଟରେ ବି ସେ ନିଜ ପ୍ରୋଫାଇଲ ଫଟୋ ବଦଳାଇ ଥିଲେ। ସୋନାଲି ରାଜନୀତିରେ ପାଦ ଦେବା ପୂର୍ବରୁ ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର ଥିଲେ । କେବଳ ସେତିକି ନୁହେଁ ପପୁଲାର୍‌ ଟିଭି ଶୋ’ ‘ବିଗ୍‌ ବସ୍‌ ସିଜନ ୧୪’ରେ ମଧ୍ୟ ସେ ନଜର ଆସିଥିଲେ। ସୋନାଲି ଫୋଗାଟ୍ ତାଙ୍କ ଡ୍ୟାନ୍ସ ଭିଡିଓ ପାଇଁ ଅନେକ ସମୟରେ ଲାଇମ୍ ଲାଇଟ୍‌ରେ ରହୁଥିଲେ । ସୋଶାଲ୍‌ ମିଡିଆରେ ତାଙ୍କର ଭଲ ପ୍ରଶଂସକ ରହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!