Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ଦିନ ବେଲରେ ଆସି ପୁଣି ଗିରଫ ହେଲେ ବିଜେପି ବିଧାୟକ

by ସଞ୍ଜୟ ସ୍ୱାଇଁ
August 25, 2022
in Crime, NATIONAL NEWS
ଦୁଇ ଦିନ ବେଲରେ ଆସି ପୁଣି ଗିରଫ ହେଲେ ବିଜେପି ବିଧାୟକ
71
VIEWS
Share on FacebookShare on Twitter

ହାଇଦ୍ରାବାଦ, (ବାଘୁଆବାର୍ତ୍ତା): ପୁଣି ବନ୍ଧା ହେଲେ ବିଜେପି ବିଧାୟକ ଟି.ରାଜା ସିଂହ। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିବା ତାଙ୍କୁ ମହଙ୍ଗା ପଡିଛି। ବିଜେପିରୁ ନିଲମ୍ବିତ ବିଧାୟକଙ୍କୁ ଜାମିନ ମିଳିବା ପରେ ଲୋକେ ତାଙ୍କୁ ଜୋରଦାର ବିରୋଧ କରିଛନ୍ତି। ଏହାକୁ ନେଇ ହାଇଦ୍ରାବାଦରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଯାଇଛି। ଏଣୁ ତାଙ୍କୁ ପୁଲିସ ଆଜି ପୁଣି ଗିରଫ କରିଛି। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି। ନିଲମ୍ବିତ ବିଧାୟକଙ୍କୁ ଚଞ୍ଚୁଲାଗୁଡା ଜେଲ୍‌କୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଥିବା ସୂଚନା ମିଳିଛି। ମାର୍ଚ୍ଚ ଓ ଏପ୍ରିଲରେ ଟି.ରାଜାଙ୍କ ବିରୋଧରେ ଏକ ମାମଲା ରୁଜୁଚ ହୋଇଥିଲା। ସେହି ମାମଲାକୁ ଆଧାର କରି ତାଙ୍କୁ ଆଜି ଗିରଫ କରାଯାଇଛି। ପ୍ରଫେଟ ମହମ୍ମଦ ବିବାଦ ସହ ଏହି କେସ୍‌ର କୌଣସି ସମ୍ପର୍କ ନଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଅନ୍ୟପଟେ ହାଇଦ୍ରାବାଦ ପୁଲିସ ରାଜା ସିଂ ଜାମିନକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏହା ପୂର୍ବରୁ ମଙ୍ଗଳବାର ଦିନ ଟି.ରାଜା ସିଂହଙ୍କୁ ପୁଲିସ ଗିରଫ କରିଥିଲା। ପରେ ସନ୍ଧ୍ୟାରେ ତାଙ୍କୁ କୋର୍ଟରୁ ଜାମିନ ମିଳିଥିଲା। ଜାମିନ ମିଳିବା ପରେ ହାଇଦ୍ରାବାଦରେ ବିବାଦ ଅଧିକ ବଢ଼ିବାକୁ ଲାଗିଥିଲା। ଜାମିନ ବିରୋଧରେ ଲୋକେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାରି ଭିତରେ ରାଜା ସିଂଙ୍କ ଆଇନଜୀବୀଙ୍କୁ ଫୋନ କରି କିଛି ଦୁର୍ବୃତ୍ତ ଜୀବନରୁ ମାରିବାଦେବା ପାଇଁ ମଧ୍ୟ ଧମକ ଦେଇଥିଲେ। ରାଜା ସିଂହଙ୍କୁ ଜାମିନ ମିଳିବା ପରେ ବୁଧବାର ରାତିରେ ହଜାର ହଜାର ସଂଖ୍ୟାରେ ମୁସଲମାନ ରାସ୍ତାକୁ ଓହ୍ଲାଇ ଆସିଥିଲେ। ମୁଣ୍ଡରୁ ଗଣ୍ଡି ଅଲଗା କରିଦେବାକୁ ନାରାବାଜୀ ଦେବା ସହ ବିକ୍ଷୋଭ କରିଥିଲେ। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଉଲ୍ଲେଖଯୋଗ୍ୟ, ବିଧାୟକ ରାଜା ସିଂ ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓକୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ କେସିଆର୍‌ ଜଣେ ନାସ୍ତିକ। ସେ ଭଗବାନରେ ବିଶ୍ୱାସ ରଖନ୍ତି ନାହିଁ। ଏଥିପାଇଁ ମୁନୱର ଫାରୁକିଙ୍କୁ ଶୋ’ କରିବା ପାଇଁ ଡାକିଛନ୍ତି। ତାଙ୍କୁ ସୁରକ୍ଷା ଦିଆଯାଉଛି କିନ୍ତୁ ରାମ ଭକ୍ତଙ୍କୁ ଲାଠି ଚାର୍ଜ କରାଯାଉଛି। ମୋ ଗିରଫଦାରୀ ଏକ ଷଡଯନ୍ତ୍ର ବୋଲି ସେ କହିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!