ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଭି.ଏସ.ଏସ.ନଗର ରେଳ ଲାଇନରେ ନିକଟରୁ ମିଳିଲା ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ। ଯୁବକଙ୍କ ପରିଚୟ ମିଳିପାରିନାହିଁ । ତାଙ୍କ ପକେଟରୁ ଏକ ପଲସର ଗାଡି ଚାବି ମିଳିଛି । ତେବେ କେଉଁ ଭଳି ତାଙ୍କର ମୃତୁ ହୋଇଛି ତାହା ଅସ୍ପଷ୍ଟ ହୋଇନାହିଁ । ସେ ଆତ୍ମହତ୍ୟ କରିଛନ୍ତି ନା ଅନ୍ୟ କିଛି ତାହାକୁ ନେଇ ଜିଆରପି ଥାନା ପୋଲିସ୍ ତଦନ୍ତ କରୁଛନ୍ତି । ମୃତଦେହ ଜବତ କରାଯିବା ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।





