ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁଣି ଲେଉଟିଲା ବାବୁସାନ-ତୃପ୍ତି ଓ ପ୍ରକୃତି ବିବାଦ ମାମଲା । ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି ମିଶ୍ର । ବାବୁସାନଙ୍କ ପତ୍ନୀ ତୃପ୍ତି, ବାବୁସାନ ଓ ତାଙ୍କ ଶଶୁରଙ୍କ ନାମରେ ମାନହାନୀ ମକଦ୍ଦମା କଲେ ପ୍ରକୃତି । ଯେଉଁଭଳି ଭାବେ ବାବୁସାନଙ୍କ ପତ୍ନୀ ତୃପ୍ତି ବିଚ୍ ରାସ୍ତାରେ ପ୍ରକୃତିଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ, ତାକୁ ନେଇ ବେଶ କ୍ଷୁବ୍ଧ ହୋଇଛନ୍ତି ପ୍ରକୃତି । ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆଜି ଭୁବନେଶ୍ବର କୋର୍ଟରେ ମାନହାନୀ ମକଦ୍ଦମା କରିଛନ୍ତି ପ୍ରକୃତି । ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି ବୋଲି ସୂଚନା ମିଳିଛି ।





