ଲମତାପୁଟ, (ବାଘୁଆବାର୍ତ୍ତା): ଗଞ୍ଜେଇ ବିରୋଧୀ ଅଭିଯାନରେ ଲମତାପୁଟ ପୋଲିସକୁ ବଡ଼ ସଫଳତା। ଘରେ ଗଚ୍ଛିତ ରଖିଥିବା ୧୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ। ସାନସଗର ଗାଁରେ ନିଜ ଘରେ ପ୍ରାୟ ୧ କ୍ବିଣ୍ଟାଲ ୨୫କିଲୋ ଗଞ୍ଜେଇ ଗଚ୍ଛିତ ରଖିଥିବା ଦେବ ମାଣ୍ଡିକୁ ପୋଲିସ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ଦେବ ମାଣ୍ଡି କୁ ପୋଲିସ ଗିରଫ କରି ପଚାରଉଚ଼ୁର କରିଛି । ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ପାଇଁ ରଖାଯାଇଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ କେତେକ ବ୍ୟକ୍ତି ଶୀଘ୍ର ଗିରଫ ହେବେ ବୋଲି ପୋଲିସ କହିଛି।





