ଝାରସୁଗୁଡ଼ା, (ବାଘୁଆବାର୍ତ୍ତା): ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ଗିରଫ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ରାମପୁର ଅଞ୍ଚଳରୁ ସୋନୁ ଘୋଷ ସମେତ ୪ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛି ବ୍ରଜରାଜନଗର ପୋଲିସ। ସେମାନଙ୍କ ନିକଟରୁ ଏକ ବନ୍ଧୁକ ଓ ୪ ଜୀବନ୍ତ ଗୁଳି ଜବତ ହୋଇଛି । ସୂଚନାନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୋନୁ ଘୋଷ, ସନ୍ତୋଷ ବିଶ୍ୱାଳ, ଚିରଞ୍ଜିତ ସିଂ, ଧନଞ୍ଜୟ କିସାନ । ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ସୋନୁ ଘୋଷ ପୂର୍ବରୁ ହତ୍ୟା ଓ ୩୦ରୁ ଉର୍ଦ୍ଧ୍ଵ ଅପରାଧିକ ମାମଲାରେ ଜଡିତ ରହି ଗିରଫ ହୋଇଥିବା ପୋଲିସ ପ୍ରକାଶ କରିଛି । ଅଳ୍ପ ଦିନ ତଳେ ଜାମିନରେ ଆସିଥିଲା ସୋନୁ ।





