ବଡ଼ବିଲ, (ବାଘୁଆବାର୍ତ୍ତା): ୩ ବାଇକ୍ ଚୋରଙ୍କୁ ଗିରଫ କଲେ ବଡ଼ବିଲ ପୋଲିସ। ୨ ଚୋରୀ ବାଇକ୍ ଉଦ୍ଧାର। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଭଞ୍ଜ କଲୋନୀର ଓମ୍ ମହାକୁଡ଼, ପ୍ରଦୀପ ମହାନ୍ତ ଓ ଆଶିଷ କୁଲୁ। ସୂଚନାନୁଯାୟୀ, ପିଏଚଡି କାଳନ୍ଦୀ ସାହିରୁ ଗୋଟିଏ ଏବଂ କାରାଖେଣ୍ଡରା ଅଞ୍ଚଳରୁ ଆଉ ଗୋଟିଏ ବାଇକ୍ ଚୋରି ହୋଇଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ୩ ଜଣ ବାଇକ୍ ଚୋରଙ୍କୁ ଗିରଫ କରିବା ସହ ୨ଟି ଚୋରା ବାଇକ ଉଦ୍ଧାର କରିବାରେ ସକ୍ଷମ ହୋଇଛି।





