ବଡ଼ବିଲ, (ବାଘୁଆବାର୍ତ୍ତା): ବୃଦ୍ଧାଙ୍କୁ ପଥରରେ ଛେଚି ମରଣାନ୍ତକ ଆକ୍ରମଣ। କେନ୍ଦୁଝର ଜିଲ୍ଲା ବଡ଼ବିଲ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ନିକଟ ହଟିଂରେ ଏଭଳି ଅମାନୁଷିକ ଘଟଣା ଘଟିଛି। ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଡ଼ବିଲ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ସୋମବାର ରାତିରେ ୨ ଜଣ ଯୁବକ ଦଇମତିଙ୍କ ଘରେ ପଶି ତାଙ୍କ ପୁଅ ସୁଶୀଲ ଖଣ୍ଡାୟତଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଦଇମତି ବାଧା ଦେବାରୁ ଉଭୟ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ଦଇମତିଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ପକାଇଥିଲେ। ଫଳରେ ଦଇମତି ଗୁରୁତର ହୋଇପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଡ଼ବିଲ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ବଡ଼ବିଲ ପୋଲିସ୍ ତଦନ୍ତ ଚଳାଇଛି।





