Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କୁ ଦାଣ୍ଡରେ ଘୋଷାଡ଼ି ହତ୍ୟା ଉଦ୍ୟମ ଘଟଣା, ଏସ୍‌ପିଙ୍କୁ ଅଭିଯୋଗ କଲେ ପୀଡିତା

by ସଞ୍ଜୟ ସ୍ୱାଇଁ
August 23, 2022
in Crime, State
ମହିଳାଙ୍କୁ ଦାଣ୍ଡରେ ଘୋଷାଡ଼ି ହତ୍ୟା ଉଦ୍ୟମ ଘଟଣା, ଏସ୍‌ପିଙ୍କୁ ଅଭିଯୋଗ କଲେ ପୀଡିତା
68
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଘରୁ ଟାଣି ନେଇ ମହିଳାଙ୍କୁ ଦାଣ୍ଡରେ ପିଟିଲେ । ମୁଣ୍ଡରେ ପଥର ଛେଚି ରକ୍ତାକ୍ତ କଲେ । ସଦର ମୁଖ୍ୟ ଚିକିତ୍ସାଳୟରେ ମହିଳା ଜଣକ ଭର୍ତ୍ତି ହେବା ପରେ ବିଭିନ୍ନ ଗଣମାଧ୍ୟମରେ ଫଟୋ ସହ ଖବର ମଧ୍ୟ ପ୍ରକାଶ ପାଇଛି । ଏସବୁ ଏତଲାରେ ବି ଉଲ୍ଲେଖ ଅଛି । ହେଲେ ଦଫା କୋହଳ କରିଛି କୁମ୍ଭାରପଡା ଥାନା ପୁଲିସ ବୋଲି ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି । ୩ ଜଣ ଯୁବକ ଏଭଳି କାଣ୍ଡ ଘଟାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୁଲିସ ସେମାନଙ୍କୁ ଘଣ୍ଟ ଘୋଡ଼ାଇଥିବା କହିଛନ୍ତି ଆହତ ମହିଳା ରତ୍ନମଣି ଦଳେଇ(୪୦)। ସେ ଏହି ଥାନା ଅଧୀନ ବାଘ ଆଖଡ଼ା ମଠ ଲେନ୍‌ରେ ରଶ୍ମିତା ମହାରଣାଙ୍କ ଘରେ ଭଡ଼ାରେ ରହୁଛନ୍ତି । ଅଭିଯୋଗ ଅନୁସାରେ, ବାଘଆଖଡା ମଠ ଲେନ୍‌ର ରଶ୍ମିତା ମହାରଣା ଓ ତାଙ୍କ ଭଉଣୀ ମଧୁସ୍ମିତା ମହାରଣାଙ୍କ ମଧ୍ୟରେ ଜାଗା ବିବାଦ ରହିଛି। ରତ୍ନମଣି ଓ ତାଙ୍କ ପରିବାରକୁ ଭଡାରେ ରଖିଛନ୍ତି ରଶ୍ମିତା । ଦୁଇ ଭଉଣୀଙ୍କ ବିବାଦରୁ ଗତ ୨୦ ତାରିଖରେ ଭଡାରେ ଥିବା ରତ୍ନମଣି, ତାଙ୍କ ବାପା ଓ ସ୍ୱାମୀ ସହ ନାବାଳକ ପୁଅକୁ ମଧୁସ୍ମିତା ଗୁଣ୍ଡା ଲଗାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ରଶ୍ମିତାଙ୍କ ଏତଲା କ୍ରମେ ପୁଲିସ ଦଫା ୪୫୨, ୪୨୭, ୩୨୩, ୩୫୪, ୩୫୪ (ଖ), ୫୦୯, ୩୭୯, ୫୦୬ ଓ ୩୪ ଆଇପିସିରେ ମାମଲା (୨୨୮/୨୨)ରୁଜୁ କରିଥିଲା । ହେଲେ ମୁଣ୍ଡ ଓ ଆଖିରେ ଆଘାତ ଥିବା ସତ୍ତେ୍ୱ ପୁଲିସ ୩୦୭ (ହତ୍ୟା ଉଦ୍ୟମ ଦଫା) ଲଗାଇ ନାହିଁ । ତେଣୁ ପୁଲିସ ଅନୁସନ୍ଧାନ କରିନଥିବା ଅଭିଯୋଗ କରିଛନ୍ତି ଆହତ ମହିଳା ରତ୍ନମଣି । ଏନେଇ ସେ ସୋମବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅତିରିକ୍ତ ଏସ୍‌ପି ମିହିର ପଣ୍ଡା ଅଭିଯୋଗ ଗ୍ରହଣ କରି ପଦକ୍ଷେପ ନିଆଯିବ ବୋଲି କହିଥିବା କହିଛନ୍ତି ରତ୍ନମଣି । ସେପଟେ ଆଇଆଇସି ଦିଲ୍ଲୀପ କୁମାର ସ୍ୱାଇଁ କହିଛନ୍ତି ଯେ ଆମେ ଅନୁସନ୍ଧାନ କରିବୁ । ତାଙ୍କ କ୍ଷତ ଚିହ୍ନ ଓ ଆଖିର ଦାଗ ଦେଖିବୁ । ମାମଲାରେ ୩୦୭ ଦଫା ଲାଗିବ ଓ ଅଭିଯୁକ୍ତଙ୍କୁ ନିଶ୍ଚିତ ଗିରଫ କରାଯିବ ବୋଲି ସେ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!