ସୋରୋ, (ବାଘୁଆବାର୍ତ୍ତା): ତାଲା ଭାଙ୍ଗି ମନ୍ଦିରରୁ ଠାକୁରଙ୍କ ୨ ରୁ ୩ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ସୋର ଥାନା ସାଦମାପୁର ଗ୍ରାମରେ ନୃସିଂହ ଲକ୍ଷ୍ମୀନାରାୟଣ ମନ୍ଦିରରୁ ବିଳମ୍ବିତ ରାତିରେ ମନ୍ଦିରର ଫାଟକରେ ପଡ଼ିଥିବା ତାଲାକୁ ଭାଙ୍ଗି ଠାକୁରଙ୍କ ବିଭିନ୍ନ ଅଳଙ୍କାର ଲୁଟି ନେଇଛନ୍ତି । ଏହାସହ ୮ଟି ସୁନା ଓ ରୁପା ମୁକୁଟ ଯାହାର ଆନୁମାନିକ ମୂଲ୍ୟ ୨ ରୁ ୩ ଲକ୍ଷ ଟଙ୍କାର ଗହଣା ହେବ ବୋଲି ଜଣାପଡିଛି । ଆଜି ସକାଳେ ପୂଜାରୀ ପୂଜା କରିବାକୁ ଆସିଥିବାବେଳେ ଜାଣିବାକୁ ପାଇଥିଲେ ଲୁଟ ହୋଇଛି ବୋଲି । ପରେ ଏ ନେଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛିଦିନ ବ୍ୟବଧାନ ପରେ ପୁଣି ଦୁର୍ବୃତ୍ତମାନେ ମନ୍ଦିରକୁ ଟାର୍ଗେଟ କରିଛନ୍ତି ।





