ବଡ଼ବିଲ, (ବାଘୁଆବାର୍ତ୍ତା): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଶାରଦା ମାଇନ୍ସ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଶାରଦା ମାଇନ୍ସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ । ବେଆଇନ୍ ଖଣି କାରବାର ନେଇ ଚଢାଉ ହୋଇଥିବା ସୂଚନା । ଖବର ଅନୁଯାୟୀ, ଶାରଦା ମାଇନ୍ସ ନାଁରେ ବେଆଇନ୍ ଖଣିଜ କାରବାର ନେଇ ପୂର୍ବରୁ ଅଭିଯୋଗ ରହିଥିଲା । ଏ ନେଇ ସୋମବାର ବଡ଼ବଲିରେ ଥିବା ଖଣି କାର୍ୟ୍ୟାଳୟ ସହ ସୟାବାଲିସ୍ଥିତ କଲୋନୀରେ ଚଢାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏକାସାଙ୍ଗେ ୩ଟି ସ୍ଥାନରେ ଇଡି ଚଢାଉ କରୁଥିବା ସୂଚନା ରହିଛି।





