Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ ୱିକେଟରେ ଜିମ୍ବାୱେ କୁ ପରାସ୍ତ କଲା ଭାରତ

by ସଞ୍ଜୟ ସ୍ୱାଇଁ
August 20, 2022
in Sports, WORLD
୫ ୱିକେଟରେ ଜିମ୍ବାୱେ କୁ ପରାସ୍ତ କଲା ଭାରତ
148
VIEWS
Share on FacebookShare on Twitter

ହରାରେ, (ବାଘୁଆବାର୍ତ୍ତା): ଗୋଟିଏ ମ୍ୟାଚ୍‌ ପୂର୍ବରୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌କୁ କବଜା କରିନେଇଛି ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ ପରି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ କେଏଲ ରାହୁଲଙ୍କ ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଛି। ଆଜି ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ୫ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି। ଏହି ବିଜୟ ସହ ୩ ଟିକିଆ ସିରିଜ୍‌କୁ ଆଗୁଆ ୨-୦ରେ ଜିତି ନେଇଛି। ପ୍ରଥମ ମ୍ୟାଚ୍‌କୁ ଦଳ ୧୦ ୱିକେଟରେ ଜିତିଥିଲା। ଏବେ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଆସନ୍ତା ୨୨ ତାରିଖରେ ଖେଳାଯିବ। ଦ୍ୱିତୀୟ ଦିନିକିଆରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି କେବଳ ୧୬୧ ରନ କରିବାକୁ ସଫଳ ହୋଇଥିଲା। ୧୬୨ ରନର ଟାର୍ଗେଟକୁ ଭାରତ ୫ ୱିକେଟ ହରାଇ ୧୪୬ ବଲ ପୂର୍ବରୁ ହାସଲ କରିନେଇଛି। ଭାରତ ପାଇଁ ୱିକେଟ କିପର ସଞ୍ଜୁ ସାମସନ ଅପରାଜିତ ୪୩ ରନର ଇନିଂସ ଖେଳିଛନ୍ତି। ମ୍ୟାଚ୍‌ ଜିତିବାକୁ ୧ ରନ ଦରକାର ଥିବା ବେଳେ ସେ ଛକା ମାରି ବିଜୟ ମୁଣ୍ଡି ମାରିଛନ୍ତି। ତାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଇନିଂସ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ଶିଖର ଧୱନ ୩୩, ଶୁବମନ ଗିଲ ୩୩, ଦୀପକ ହୁଡ୍ଡା ୨୫, ଅଧିନାୟକ କେଏଲ ରାହୁଲ ୧, ଈଶନ କିଶନ ୬ ଓ ଅକ୍ଷର ପଟେଲ ଅପରାଜିତ ୬ ରନର ଇନିଂସ ଖେଳିଛନ୍ତି। ଆଜି ହରାରେ କେଏଲ ରାହୁଲ ପୁଣିଥରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଜିମ୍ବାୱେର ଦୁଇ ଓପନର ତାକୁଦଜ୍ୱାନ୍‌ସେ କାଇତାନୋ ଓ ଇନୋସେଣ୍ଟ କାଇଆ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ଉଭୟ ୯ ଓଭର ବ୍ୟାଟିଂ କରିଥିଲେ ମଧ୍ୟ କେବଳ ୨୦ ରନ ଯୋଡ଼ିବାକୁ ସକ୍ଷମ ହୋଇଥିଲେ। ଦଳୀୟ ସ୍କୋର ୨୦ ଥିବା ବେଳେ କାଇତାନୋ(୭)ଙ୍କୁ ମହମ୍ମଦ ସିରାଜ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ କାଇଆ(୧୬) ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ରେଜିସ୍ ଚକଭା(୨) ଓ ୱେସଲି ମାଧେଭେରେ (୨) ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ। ମାଧେଭେରେଙ୍କୁ ପ୍ରସିଦ୍ଧ କ୍ରିଷ୍ଣା ଓ ଚାକଭାଙ୍କୁ ଶାର୍ଦ୍ଦୁଲ ଠାକୁର ଆଉଟ କରିଥିଲେ। ସିକନ୍ଦର ରାଜା ଓ ସେନ ୱିଲିୟମ୍ସ କିଛି ସମୟ ଲଢ଼େଇ କରିଥିଲେ। ହେଲେ ଏହି ଯୋଡ଼ିକୁ କୁଲଦୀପ ଯାଦବ ଭାଙ୍ଗିଥିଲେ। ସେ ୧୬ ରନ କରିଥିବା ରାଜାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ୭୨ ରନରେ ଜିମ୍ବାୱେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ୱିଲିୟମ୍ସ ଓ ରାୟନ ବୁର୍ଲ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୦୫ରେ ପହଞ୍ଚାଇ ଦେଇଥିଲେ। ତେବେ ୪୨ ରନ କରିଥିବା ୱିଲିୟମ୍ସଙ୍କୁ ଦୀପକ ଡୁଡ୍ଡା ଆଉଟ କରି ଘରୋଇ ଦଳକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ବୁର୍ଲ କ୍ରିଜ୍‌ରେ ଥିବାରୁ ଜିମ୍ବାୱେ ତାଙ୍କ ଠାରୁ ଭଲ ଇନିଂସ ଆଶା ରଖିଥିଲା। ସେ ମଧ୍ୟ ଶେଷ ଯାଏ ଅପରାଜିତ ୩୯ ରନର ଇନିଂସ ଖେଳିଛନ୍ତି। ହେଲେ ଅନ୍ୟପଟେ ଲୁକ ଜଙ୍ଗୱି(୬) ବ୍ରାଡ ଇଭାନ୍ସ(୯) ଭିକ୍ଟର ନାଉଚି(୦) ଓ ତନକା ଚିଭାଙ୍ଗା(୪) କେହି ବି ତାଙ୍କ ସାଥ ଦେଇ ନଥିଲେ। ଶେଷରେ ପୂରା ଟିମ ୩୮.୧ ଓଭରରେ ୧୬୧ ରନ କରି ଅଲଆଉଟ ହୋଇ ଯାଇଥିଲା। ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ, ପ୍ରସିଦ୍ଧ, କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ଦୀପକ ହୁଡ୍ଡା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ୧୬୨ ରନର ଟାର୍ଗେଟ ପାଇଥିବା ଭାରତ ପାଇଁ ଆଜି ଶିଖର ଧୱନଙ୍କ ସହ ଅଧିନାୟକ କେଏଲ ରାହୁଲ ଇନିଂସ ଆରମ୍ଭ କରିଥିଲେ। ହେଲେ ରାହୁଲ କେବଳ ୧ ରନ କରିବାକୁ ସକ୍ଷମ ହୋଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଗିଲ୍‌ ନିଜର ଜଲୱା ଦେଖାଇ ୩୩ ରନର ଇନିଂସ ଖେଳିଥିଲେ। ଧୱନ ମଧ୍ୟ ୩୩ ରନ କରିଛନ୍ତି। ରାହୁଲଙ୍କ ୱିକେଟ ନାଉଚି ନେଇଥିବା ବେଳେ ଧୱନଙ୍କୁ ଚିଭାଙ୍ଗା ପ୍ୟାଭିଲିୟନ ପଠାଇ ଦେଇଥିଲେ। ସେହିପରି ଜଙ୍ଗୱି ପ୍ରଥମେ ଗିଲ ଓ ପରେ ଈଶାନ କିଶନଙ୍କୁ ଆଉଟ କରିଥିଲେ। ଦୀପକ ହୁଡ୍ଡା(୨୫)ଙ୍କୁ ସିକନ୍ଦର ରାଜା ବୋଲ୍ଡ କରିଛନ୍ତି। ତେବେ ସଞ୍ଜୁ ସାମସନ ୪୩ ଓ ଅକ୍ଷର ପଟେଲ ଅପରାଜିତ ୬ ରନର ଇନିଂସ ଖେଳି ଭାରତ ପାଇଁ ବିଜୟ ମୁଣ୍ଡି ମାରିଛନ୍ତି। ଅପରାଜିତ ୪୩ ରନର ଇନିଂସରେ ସାମସନ ୪ଟି ଛକା ଓ ୩ଟି ଚୌକା ମାରିଛନ୍ତି। ସେହିପରି ଅକ୍ଷର ମଧ୍ୟ ନିଜର ଛୋଟିଆ ଇନିଂସରେ ଗୋଟିଏ ଚୌକା ମାରିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!