Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରକୁ ଡାକି ମୁଣ୍ଡ, ଗଣ୍ଡି ଅଲଗା କରିଦେଲେ ଯୁବକ

by ସଞ୍ଜୟ ସ୍ୱାଇଁ
August 20, 2022
in Crime, State
ଘରକୁ ଡାକି ମୁଣ୍ଡ, ଗଣ୍ଡି ଅଲଗା କରିଦେଲେ ଯୁବକ
174
VIEWS
Share on FacebookShare on Twitter

ଚମ୍ପୁଆ, (ବାଘୁଆବାର୍ତ୍ତା): ପୂର୍ବ ଶତ୍ରୁତାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ନିଜ ଘରକୁ ଡାକି ତାଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ଯୁବକ । ଏପରି ଅଭାବନୀୟ କାଣ୍ଡ କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଘଟିଛି। ମୃତକ ହେଲେ ବାମେବାରୀ ଥାନା ବସନ୍ତପୁରର ମାଣ୍ଡୁ ମୁଣ୍ଡା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଠୁବୁ ମାଝିଙ୍କୁ ଅଟକ ରଖିଛି ପୁଲିସ୍‌। ଉଭୟ ମାଣ୍ଡୁ ମୁଣ୍ଡା ଓ ଠୁବୁ ମାଝୀଙ୍କ ଘର ବସନ୍ତପୁରରେ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଶତ୍ରୁତା ଲାଗି ରହିଛି। ଗତକାଲି ଠୁବୁ କୌଣସି କାମରେ ନିଜ ଘରକୁ ମାଣ୍ଡୁଙ୍କୁ ଡାକିଥିଲେ। ମାଣ୍ଡୁ ପହଞ୍ଚିବା ପରେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଲାଗିଥିଲା। ଉତ୍ତ୍ୟକ୍ତ ଠୁବୁ ଏକ ଧାରୁଆ କଟୁରୀରେ ମାଣ୍ଡୁଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ। ଏହାପରେ ସେ ମାଣ୍ଡୁଙ୍କ ମୁଣ୍ଡକୁ ଏକ ଗାମୁଛାରେ ଗୁଡ଼ାଇ ଘରେ ରଖିଥିବା ବେଳେ କାହାକୁ କିଛି କହି ନ ଥିଲେ। ଏପରି ଏକ ବୀଭତ୍ସ ହତ୍ୟା ଘଟାଇ ସାରିଥିବା ଠୁବୁ ବିଚଳିତ ଥିବା ବେଳେ ସନ୍ଧ୍ୟା ପରେ ଏ ସଂକ୍ରାନ୍ତରେ ନିଜ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୁଲିସ୍‌ ଠୁବୁଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏହି ହତ୍ୟାକାଣ୍ଡ ପଛର କାରଣ କ’ଣ, ଏକା ଠୁବୁ ଏହି କାଣ୍ଡ ଭିଆଇଥିଲା ନା ଆଉ କିଏ ଏଥିରେ ତାଙ୍କୁ ସହଯୋଗ କରିଥିଲା ପୁଲିସ୍‌ ତାହାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!