Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିମ୍ବାୱେ ବିପକ୍ଷରେ ଭାରତର ଏକତରଫା ବିଜୟ

by ସଞ୍ଜୟ ସ୍ୱାଇଁ
August 18, 2022
in Sports, WORLD
ଜିମ୍ବାୱେ ବିପକ୍ଷରେ ଭାରତର ଏକତରଫା ବିଜୟ
122
VIEWS
Share on FacebookShare on Twitter

ହରାରେ, (ବାଘୁଆବାର୍ତ୍ତା): ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ୧୦ ୱିକେଟରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଏଥିସହ ୩ ମ୍ୟାଚ୍‌ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି କେଏଲ ରାହୁଲଙ୍କ ଭାରତୀୟ ଟିମ୍‌। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତରେ ଜିମ୍ବାୱେ ବିପକ୍ଷ ସିରିଜ୍‌ ଖେଳୁଥିବା ଭାରତ ଆଜି ଉଭୟ ବୋଲିଂ ଏବଂ ବ୍ୟାଟିଂରେ କମାଲ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଜିମ୍ବାୱେ ମାତ୍ର ୪୦.୩ ଓଭର୍‌ରେ ୧୮୯ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ଭାରତର ଦୁଇ ଓପନର ଶିଖର ଧୱନ ଓ ଶୁବମନ ଗିଲ୍‌ ଦଳକୁ କୌଣସି ପ୍ରକାରର କ୍ଷତି ସହିବାକୁ ନ ଦେଇ ୧୧୫ ବଲ ପୂର୍ବରୁ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛନ୍ତି। ଧୱନ ଶେଷ ଯାଏ ୮୧ ଓ ଗିଲ୍‌ ୮୨ ରନ୍‌ କରି ଅପରାଜିତ ରହିଥିଲେ। ଜିମ୍ବାୱେର ହରାରେରେ କେବେ ହାରି ନଥିବା ଭାରତର ଅଧିନାୟ କେଏଲ ରାହୁଲ ଆଜି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଘରୋଇ ଟିମ୍‌ର ଦୁଇ ଓପନର ତାଡିୱାନସେ ମାରୁମନି ଓ ଇନୋସେଣ୍ଟ କାଇଆ ପ୍ରଥମ ୫ ଓଭର ଧୈର୍ୟ୍ୟର ସହ ବ୍ୟାଟିଂ କରିଥିଲେ। ହେଲେ ୭ମ ଓଭର୍‌ରେ ଆହତ ସମସ୍ୟାରୁ ମୁକୁଳି ଦଳକୁ କମବ୍ୟାକ କରିଥିବା ଦୀପକ ଚହର ୪ ରନ କରିଥିବା କାଇଆଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ମାରୁମନି(୮) ଚହରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ମହମ୍ମ ସିରାଜ ୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ସେନ ୱିଲିୟମ୍ସ(୧)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୱେସଲି ମାଧେଭେରେ(୫)ଙ୍କୁ ଆଉଟ କରି ଚହର ମ୍ୟାଚ୍‌ରେ ନିଜର ତୃତୀୟ ସଫଳତା ହାସଲ କରିଥିଲେ। ଅଭିଜ୍ଞ ସିକନ୍ଦର ରାଜା(୧୨) ମଧ୍ୟ ବେଶୀ କିଛି କରି ପାରି ନଥିଲେ। ଜିମ୍ବାୱେ ୬୬ ରନରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଅଧିନାୟକ ରେଗିସ ଚକଭା(୩୫) ଓ ରାୟନ ବୁର୍ଲ(୧୧) କିଛି ସମୟ ଲଢ଼େଇ କରି ଦଳୀୟ ସ୍କୋରକୁ ୮୩ରେ ପହଞ୍ଚାଇଥିଲେ। ଏହି ସମୟରେ ପ୍ରସିଦ୍ଧ କୃଷ୍ଣ ୧୧ ରନ କରିଥିବା ରାୟନଙ୍କୁ ଆଉଟ କରିଥିଲେ। ଚକଭା ମଧ୍ୟ ୩୫ ରନ କରି ଅକ୍ଷର ପଟେଲଙ୍କ ବଲରେ କ୍ଲିନବୋଲ୍ଡ ହୋଇ ଯାଇଥିଲେ। ଲୁକ୍ ଜଙ୍ଗୱି(୧୩)ଙ୍କ ୱିକେଟ ମଧ୍ୟ ଅକ୍ଷର ନେଇଛନ୍ତି। ୧୧୦ ରନ ବେଳକୁ ଦଳ ୮ଟି ୱିକେଟ ହରାଇ ସାରିଥିଲା। କିନ୍ତୁ ବ୍ରାଡ ଇଭାନ୍ସଙ୍କ ଅପରାଜିତ ୩୩ ଓ ରିଚାର୍ଡ ନଗରାଭାଙ୍କ ଧୈର୍ୟପୂର୍ଣ୍ଣ ୩୪ ରନ ଯୋଗୁ ଜିମ୍ବାୱେ ଦଳୀୟ ସ୍କୋରକୁ ୧୮୦ରେ ପହଞ୍ଚାଇଥିଲା। ଭିକ୍ଟର ନାଉଚି ଶେଷ ବ୍ୟାଟର ଭାବେ ୮ ରନ କରି ଆଉଟ ହୋଇଥିଲେ। ଏଥିସହ ଜିମ୍ବାୱେ ମଧ୍ୟ ୧୮୯ ରନରେ ଅଲଆଉଟ ହୋଇ ଯାଇଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବଙ୍କୁ ଛାଡ଼ି ଦେଲେ ପ୍ରସିଦ୍ଧ, ଅକ୍ଷର ଓ ଚହର ୩ଟି ଲେଖାଏ ୱିକେଟ ନେଇଛନ୍ତି। ସେହିପରି ସିରାଜଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି। ୧୯୦ ରନର ଟାର୍ଗେଟ ଭାରତ ପାଇଁ ଆଦୌ ସମସ୍ୟା ସୃଷ୍ଟି କରି ନଥିଲା। ଆରମ୍ଭରୁ ହିଁ ଗିଲ ଓ ଧୱନ ଯୋଡ଼ି ଦମଦାର ବ୍ୟାଟିଂ କରିଥିଲେ। ଉଭୟଙ୍କୁ ଆଉଟ କରିବା ପାଇଁ ଜିମ୍ବାୱେ ଅଧିନାୟକ ଚକଭା ବୋଲିଂରେ ବାରମ୍ବାର ପରିବର୍ତ୍ତନ କରିଥିଲେ। ହେଲେ କୌଣସି ଲାଭ ମିଳି ନଥିଲା। ଉଭୟ ଭାରତକୁ ବିଜୟ ଆଡ଼କୁ ନେବା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍‌ ୭୨ ବଲରେ ୮୨ ରନ ଓ ଧୱନ ୧୧୩ ବଲରେ ୮୧ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ। ଭାରତକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ଧୱନ ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ। ଏବେ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ୨୦ ତାରିଖରେ ଖେଳାଯିବ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!