ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ ଏବଂ ଘରୋଇ ଜିମ୍ବାଓ୍ଵେ ମଧ୍ୟରେ ଗୁରୁବାରଠୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି। ହରାରେ ସ୍ପୋର୍ଟ୍ସ କ୍ଲବରେ ଆଜି ପ୍ରଥମ ଦିନିକିଆ ଖେଳାଯାଉଛି। ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା ୪୫ରେ ଖେଳ ଆରମ୍ଭ ହେବ। ତେବେ ତା ପୂର୍ବରୁ ଟସ୍ ଜିତି ଭାରତୀୟ ଅଧିନାୟକ ଲୋକେଶ ରାହୁଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଆହତଜନିତ ସମସ୍ୟାରୁ ମୁକୁଳିଥିବା ଦୀପକ ଚହର ଦୀର୍ଘ ସମୟ ପରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ଚୂଡାନ୍ତ ଏକାଦଶରେ ତାଙ୍କୁ ଦିଆଯାଇଛି। ପ୍ରସିଦ୍ଧ କୃଷ୍ଣା ଏବଂ ମହମ୍ମଦ ସିରାଜଙ୍କୁ ଦଳରେ ସ୍ଥାନ ମିଳିଛି। ଛଅ ବର୍ଷ ପରେ ଭାରତ ଏବଂ ଜିମ୍ବାଓ୍ଵେ ମଧ୍ୟରେ ଦ୍ଵିପାକ୍ଷିକ ସିରିଜ୍ ଖେଳାଯାଉଛି। ଦୁଇ ଦଳ ପ୍ରଥମ ମ୍ୟାଚ୍ ଜିତି ସିରିଜରେ ଅଗ୍ରଣୀ ହାସଲ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ। ଉଭୟ ଦଳ ମଧ୍ୟରେ ଅଭିଜ୍ଞତା ଦୃଷ୍ଟିରୁ ବହୁତ ପାର୍ଥକ୍ୟ ରହିଛି। ଜିମ୍ବାଓ୍ଵେ ନିକଟରେ ବାଂଲାଦେଶକୁ ହରାଇ ମନୋବଳ ଉର୍ଦ୍ଧ୍ଵରେ ରଖିଛି। ଶିଖର ଧାଓ୍ଵନ, ଶୁଭମାନ ଗିଲ, ଇଶାନ କିଷନ, କେଏଲ ରାହୁଲ(ଅଧିନାୟକ), ଦୀପକ ହୁଡ୍ଡା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ଦୀପକ ଚହର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ।






