Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାଦରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଦୁଇ କର୍ମଚାରୀଙ୍କୁ ଘଣ୍ଟ ଘୋଡାଉଛି କି ପ୍ରଶାସନ ?

by ସଞ୍ଜୟ ସ୍ୱାଇଁ
August 18, 2022
in Crime, Nayagarh, State
ବିବାଦରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଦୁଇ କର୍ମଚାରୀଙ୍କୁ ଘଣ୍ଟ ଘୋଡାଉଛି କି ପ୍ରଶାସନ ?
630
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଶିକ୍ଷା ବ୍ୟବସ୍ଥା ଅଜବ ନିତୀ ସାମ୍ନାକୁ ଆସିବାରେ ଲାଗିଛି । ଦୋଷିକୁ ମାଫ୍ ନିର୍ଦୋସକୁ ଦଣ୍ଡ ମିଳୁଥିବା ଭଳି ଘଟଣା ବ୍ଲକ୍ ଶିକ୍ଷା ବ୍ୟବସ୍ଥାରେ ଦେଖିବାକୁ ମିଳିଛି । ତେବେ ବ୍ଲକ୍ ଶିକ୍ଷା ବିଭାଗ ଘଟଣାଟି ବର୍ତ୍ତମାନ ଜିଲ୍ଲା ଶିକ୍ଷା ବିଭାଗକୁ ଯାଇଥିବା ଶୁଣିବାକୁ ମିଳୁଛି । ଘଟଣା ଘଟିଛି ସତ କିନ୍ତୁ କାର୍ୟ୍ୟାନୁଷ୍ଠାନ ନେବାର ନା ଗନ୍ଧ ନଥିବା ଜଣାପଡିଛି । କାହା ଚାପରେ ଚାପି ହୋଇଗଲେ ବ୍ଲକ୍ ଶିକ୍ଷା ଅଧିକାରୀ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେଉଁ ଶିକ୍ଷକ ଡେରିରେ ଗଲେ କିମ୍ବା କାର୍ୟ୍ୟରେ ବିଳମ୍ବ କଲେ ଦିନକର ଦରମା ବନ୍ଦ ବା କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଉଥିବା ବେଳେ ଏଠି କିନ୍ତୁ ଓଲଟା । ବ୍ଲକ୍ ଶିକ୍ଷା ବିଭାଗର ଦୁଇ ଜଣ କରିତ୍ କର୍ମା ବୋଲାଉଥିବା ବ୍ଲକ୍ ଶିକ୍ଷା ବିଭାଗର କିରାଣୀ ଶୁଭେସ୍ ଶୁକ୍ଳା ଓ ଡାଟା ଏଣ୍ଟ୍ରି ଅପରେଟ ତଥା ମଧ୍ୟାହ୍ନ ଭୋଜନ ସଂଯୋଜକ ବିଶ୍ୱନାଥ ସ୍ୱାଇଁ । ଶୁଭେସ୍ ଶୁକ୍ଳା ସରକାରଙ୍କ ନିଯୁକ୍ତିରେ ନିୟମିତ ଚାକିରିଆ ହୋଇଥିବା ସ୍ଥଳେ ବିଶ୍ୱନାଥ ସ୍ୱାଇଁ କେୟାର ଆଉଟ୍ ସୋର୍ସିଂ ସଂସ୍ଥାରେ ଚାକରୀ କରିଥିବା ଜଣାପଡିଛି । ସେ ଆଉଟ୍ ସୋର୍ସିଂ ସଂସ୍ଥା ହେଲେ ମଧ୍ୟ ସରକାରଙ୍କ ଠାରୁ ମାସକୁ ମାସ ମୋଟା ଅଙ୍କର ଦରମା ପାଉଥିବା ଜଣାପଡିଛି । ସରକାରଙ୍କ ଠାରୁ ଦରମା ପାଇ ସରକାରୀ ସମୟରେ ବେସରକାରୀ ସଂସ୍ଥାର କାମ କରିବା କେତେ ଠିକ ଏହା ପ୍ରଶାସନ ଆଢୁଆଳରେ ରହିଯାଇଛି । ଦୁଇ କର୍ମଚାରୀ ଏଭଳି ଭୁଲ କରିଥିଲେ ମଧ୍ୟ ଏଠି ପ୍ରଶାସନ ଚୁପ୍ ରହିଛି କାହିଁକି ? ଉକ୍ତ ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଦୁଇ କର୍ମଚାରୀ ଶିକ୍ଷା ବିଭାଗରେ ଯେଉଁ କେଳଙ୍କାରୀ କରିଛନ୍ତି ତାହାର ଜବାବ ମାଗିବା ପାଇଁ ପ୍ରଶାସନକୁ ସମୟ ମିଳିନାହିଁ । ଦୀର୍ଘ ୧୫ଦିନ ହେଲା ଖବର ପ୍ରକାଶିତ ହେବା ପରେ ମଧ୍ୟ ଉକ୍ତ କର୍ମଚାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନହେବା ଧର୍ମକୁ ଆଖିଠାର ସଦୃଶ ହୋଇଛି । ଶୁଭେସ୍ ଓ ବିଶ୍ୱନାଥଙ୍କ ଉପରେ କଣ କାର୍ୟ୍ୟାନୁଷ୍ଠାନ ନିଆଯାଇଛି କି ନାହିଁ ବା କାରଣ ଦର୍ଶାଅ ନୋଟିସ୍ ହୋଇଛି କି ନାହିଁ ତାହା ବିଷୟରେ ଜାଣିବା ପାଇଁ ଜୁଲାଇ ୨୯ ତାରିଖ ଚଳିତ ମାସ ଅଗଷ୍ଟ ୧୫ ତାରିଖ ସୁଦ୍ଧା ବ୍ଲକ୍ ଶିକ୍ଷା ଅଧିକାରିଣୀଙ୍କ ଠାରୁ ମତାମତ ନେବା ପାଇଁ ଫୋନ୍ କରିଥିଲେ ମଧ୍ୟ ଫୋନ୍ ରିସିଭ୍ କରିନଥିଲେ । ଜୁଲାଇ ୧୬ ତାରିଖ ଶନିବାର ପୂର୍ବାହ୍ନ ୯.୪୦ମିନିଟ୍ ସମୟରେ ବ୍ଲକ୍ ଶିକ୍ଷା ବିଭାଗର କିରାଣୀ ଶୁଭେସ୍ ଶୁକ୍ଳା ବାୟୋମେଟ୍ରିକରେ ଫିଙ୍ଗର ପ୍ରିଣ୍ଟି ଦେଇ ଏକ ବେସରକାରୀ ସଂସ୍ଥାର ଫେଲିସେସନ୍ କାର୍ୟ୍ୟକ୍ରମରେ ଦିନ ତମାମ୍ ଉପସ୍ଥିତ ରହିଥିଲେ ଏବଂ କାର୍ୟ୍ୟକ୍ରମ ସରିବା ପରେ ୫.୫୨ ମିନିଟ୍ ଫିଙ୍ଗର ପ୍ରିଣ୍ଟି ଦେଇ କାର୍ୟ୍ୟାଳୟରେ ଉପସ୍ଥିତ ଥିଲେ ଏବଂ ୫.୫୨ ସନ୍ଧ୍ୟା ସମୟରେ ସରକାରୀ କାର୍ୟ୍ୟାଳୟ ଛାଡିଥିଲେ ବୋଲି ତାଙ୍କର ବାୟୋମେଟ୍ରିକ୍ ଫିଙ୍ଗର ପ୍ରିଣ୍ଟି କହୁଛି । ସେହିପରି ଭାବେ ବ୍ଲକ୍ ଶିକ୍ଷା କାର୍ୟ୍ୟାଳୟରେ କେୟାର ଆଉଟ୍ ସୋର୍ସିଂ ସଂସ୍ଥା ମାଧ୍ୟମରେ ନିଯୁକ୍ତ ପାଇଥିବା ମଧ୍ୟାହ୍ନ ଭୋଜନ ସଂଯୋଜକ ବିଶ୍ୱନାଥ ସ୍ୱାଇଁ ମଧ୍ୟ ୯.୪୦ ମିନିଟ୍ ସମୟରେ ସରକାରୀ କାର୍ୟ୍ୟାଳୟରେ ଫିଙ୍ଗର ପ୍ରିଣ୍ଟି ଦେଇ ଦିନ ତମାମ୍ ବେସରକାରୀ ସଂସ୍ଥାର କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ଏବଂ ସନ୍ଧ୍ୟା ୫.୪୬ ମିନିଟ୍ ସମୟରେ ସେ କାର୍ୟ୍ୟାଳୟରୁ ବିଦାୟ ନେଇଥିବା ନେଇ କାର୍ୟ୍ୟାଳୟର ଫିଙ୍ଗର ପ୍ରିଣ୍ଟିରୁ ସୂଚନା ମିଳିଛି । ଯାହାକୁ ନେଇ ଗଣମାଧ୍ୟମରେ ବିଗତ ଦିନରେ ପ୍ରକାଶ ପାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!