Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହରିଜନ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ଶରଧାପୁର ସମିତି ସଭ୍ୟଙ୍କ ନାମରେ ଅଭିଯୋଗ, ପୁଲିସ ତଦନ୍ତ ଜାରି

by ସଞ୍ଜୟ ସ୍ୱାଇଁ
August 18, 2022
in Crime, Nayagarh, State
ହରିଜନ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ଶରଧାପୁର ସମିତି ସଭ୍ୟଙ୍କ ନାମରେ ଅଭିଯୋଗ, ପୁଲିସ ତଦନ୍ତ ଜାରି
367
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ଥାନା ଶରଧାପୁର ସମିତି ସଭ୍ୟଙ୍କ ନାମରେ ବଳତ୍କାର ଉଦ୍ୟମ ଅଭିଯୋଗ ହୋଇଛି । ଏହାକୁ ନେଇ ଇଟାମାଟି ଥାନାରେ ଏକ ମାମଲା ରୁଜ କରାଯାଇଛି । ଉକ୍ତ ଘଟଣାକୁ ନେଇ ଶରଧାପୁର ଅଞ୍ଚଳରେ ବିଭିନ୍ନ ଆଲୋଚନା ଜାରି ରହିଛି । ଘଟଣାର କେତେ ସତ୍ୟତା ରହିଛି ପୁଲିସ ପକ୍ଷରୁ ସଠିକ ତଦନ୍ତ କରାଗଲେ ଘଟଣାର ସତ୍ୟାସତ୍ୟ ଜଣା ପଡିବ । ସମିତି ସଭ୍ୟ ଜଣେ ଲୋକ ପ୍ରତିନିଧି ହୋଇ ନିଜ ଗାଁର ଜଣେ ହରିଜନ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିବା ଘଟଣା ଇଟାମାଟି ଥାନାରେ ଅଭିଯୋଗ ହୋଇଥିବାରୁ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ନବ ନିର୍ବାଚିତ ସମିତି ସଭ୍ୟ ଜଣଙ୍କ ହେଲେ ସୁଜିତ୍ ପ୍ରଧାନ । ଅଭିଯୋଗ ଅନୁସାରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶରଧାପୁର ପଞ୍ଚାୟତର ସମିତି ସଭ୍ୟ ନିର୍ବାଚନ ପୂର୍ବରୁ ହରିଜନ ସାହିର ରିନା ସେଠୀ(୩୪)ଙ୍କୁ ସୁଧ ଆକାରରେ ୪୫ହଜାର ଟଙ୍କା ଦେଇଥିଲେ । ତେବେ ମୁଳ ଟଙ୍କା ସହ ସୁଧ ବାବଦକୁ ୧ଲକ୍ଷ ୨୦ହଜାର ଟଙ୍କା ସମିତି ସଭ୍ୟ ନେଇ ସାରିଲେଣି । ଖରାପ ଦୃଷ୍ଟି ଯାଇ ନଥିବା ଯୋଗୁଁ ଆହୁରି ୪୫ ହଜାର ଟଙ୍କା ମାଗି ରିନାଙ୍କୁ ମେଣ୍ଟାଲି ହାରାସମେଣ୍ଟ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି ‌ । ଚଳିତ ମାସ ୧୩ ତାରିଖ ରାତି ସାଢେ ୭ଟା ସମୟରେ ସମିତି ସଭ୍ୟ ସୁଜିତ୍ ମହିଳାଙ୍କ ଘରକୁ ଯାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମହିଳାଙ୍କ ସମ୍ବେଦନଶୀଳ ସ୍ଥାନରେ ହାତ ମାରି ବଳାତ୍କାର କରିବାକୁ ଚେଷ୍ଟା କରିଥିବାର ଅଭିଯୋଗ ହୋଇଛି । ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକ ଆସିବା କ୍ଷଣି ସମିତି ସଭ୍ୟ ଫେରାର ହୋଇଯାଇଥିଲେ । ଏନେଇ ମହିଳା ଜଣଙ୍କ ଇଟାମାଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଇଟାମାଟି ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!