Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଉଜକୁ କଲଗାର୍ଲ ବନାଇଲେ ଦିଅର ଓ ନଣନ୍ଦ

by ସଞ୍ଜୟ ସ୍ୱାଇଁ
August 17, 2022
in Crime, State
ଭାଉଜକୁ କଲଗାର୍ଲ ବନାଇଲେ ଦିଅର ଓ ନଣନ୍ଦ
346
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭାଉଜକୁ ବଦନାମ କରିବାକୁ ବ୍ଲୁ ପ୍ରିଣ୍ଟ ବନାଇଲେ । କର୍ଲଗାର୍ଲ ସଜାଇ ଅଶ୍ଲୀଳ ଫଟୋ ସହ ଫେସ୍‌ବୁକ୍‌ରେ ନକଲି ଆକାଉଣ୍ଟ ବନାଇଲେ । ସେଥିରେ ଭାଉଜଙ୍କ ନମ୍ବର ପୋଷ୍ଟ କଲେ । ଏମିତି ଅଭିଯୋଗରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଜଣେ ମହିଳା ଗିରଫ ହୋଇଛନ୍ତି । ସେ ହେଲେ ଧନେଶ୍ୱର ବେହେରାଙ୍କ ଝିଅ ଶୁଭଶ୍ରୀ ବେହେରା(୩୦) । ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାର ଗୋବିନ୍ଦପୁର ଗାଁରେ । ସେପଟେ ଫେରାର୍‌ ଦିଅରକୁ ପୁଲିସ ଖୋଜୁଛି । ଅଭିଯୋଗକାରୀଙ୍କ ମୁତାବିକ, କିଛି ଦିନ ହେଲା ତାଙ୍କ ପାଖକୁ କିଛି ଅଜଣା ଫୋନ୍‌ କଲ୍‌ ଆସୁଥିଲା । ଅନ୍ୟପଟୁ ଲୋକମାନେ ଗ୍ରାହକ ସାଜି ତାଙ୍କୁ ଦେହଜୀବୀ ପାଇଁ ଡାକୁଥିଲେ । ନାନା ଅଶ୍ଲୀଳ ଟିପ୍ପଣୀ ଦେଉଥିଲେ । ପରେ ସେ ଜାଣିବାକୁ ପାଇଲେ, କେହି ତାଙ୍କ ନାଁରେ ଏକ ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲିଛି । ସେଥିରେ ତାଙ୍କ ୨ଟି ମୋବାଇଲ ନମ୍ବରକୁ ପୋଷ୍ଟ କରିଛି । ଏକ ଅଜଣା ଝିଅର ଫଟୋକୁ ଅଶ୍ଲୀଳ ଭାବେ ଏଡିଟ୍‌ କରି ଉକ୍ତ ନକଲି ଫେସବୁକର ଡିପିରେ ରଖିଛି । ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା ଯେ, ଏପ୍ରକାର ଦଣ୍ଡନୀୟ ଅପରାଧ ପୀଡ଼ିତାଙ୍କର ନଣନ୍ଦ ଏବଂ ଦିଅର ମିଳିମିଶି କରିଛନ୍ତି । ପୁଲିସ ସେମାନଙ୍କୁ ଥାନାକୁ ଡକାଇଥିଲା । ସେମାନେ ତଦନ୍ତରେ କୌଣସି ପ୍ରକାରର ସହଯୋଗ କରି ନଥିଲେ । ଓଲଟି ପୁଲିସକୁ ଅଭଦ୍ର ଆଚରଣ କରିଥିଲେ । ପାରିବାରିକ କଳହ ଯେ ଏତେ ନିମ୍ନସ୍ତରକୁ ଯାଇପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି ବୋଲି ପୋଲିସ କହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!