ଦେଓଗଡ଼, (ବାଘୁଆବାର୍ତ୍ତା): ଭିଜିଲାନ୍ସ ଜାଲରେ ତହସିଲ ବଡ଼ବାବୁ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ । ସୁଚନାନୁସାରେ ଦେଓଗଡ଼ ଜିଲ୍ଲା ବାରକୋଟ ତହସିଲର ବଡ଼ବାବୁ କିଶୋର କାଲୋ ଜଣେ ଅଭିଯୋଗ କାରିଙ୍କ ଠାରୁ ବିମା ସୁବିଧା ଯୋଗାଇ ଦେବା ଅଭିଯୋଗରେ ୫ ହଜାର ଟଙ୍କା ମାଗିଥିଲେ । ଅଭିଯୋଗକାରି ଆଜି ୫ ହଜାର ଟଙ୍କା ଦେଇଥିବା ବେଳେ ରାଉରକେଲା ଭିଜିଲାନ୍ସ ଟିମ ହାତରେ ଧରାପଡିଥିଲେ ତହସିଲ ବଡ଼ବାବୁ । ଏନେଇ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି ।





