ନୟାଗଡ଼, (ବାଘୁଆବାର୍ତ୍ତା): ଗାଡ଼ି ରିକଭରି ନାମରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଠକେଇ ଅଭିଯୋଗ ହୋଇ ଆସୁଥିଲା । ରିକଭରି ଟଙ୍କା ନଥିବା ସତ୍ୱେ ଅନେକ ସମୟରେ ଯୋର ଜବରଦସ୍ତ ଗାଡ଼ି ଉଠାଇ ଆଣି ଟଙ୍କା ଆଦାୟ କରୁଥିଲେ । ଏହି ମାମଲାରେ ସେମାନଙ୍କୁ ଧରିବାରେ ନୟାଗଡ଼ ଟାଉନ ଥାନା ପୁଲିସ ସଫଳ ହୋଇଛି । ସୁଚନାନୁସାରେ ସିନ୍ଦୁରିଆ ଗ୍ରାମର ସରିଫ ଖାଁ ଙ୍କ ପୁଅ ସିରଜ ଖାଁ ବଲାଙ୍ଗି ବନ୍ଧ ସାଇ ସରିତା ବିହାର ରେ ରହୁଥିବା ସୁବାଷ ମହାପାତ୍ରଙ୍କ ପୁଅ ସୁଧାଂଶୁ ମହାପାତ୍ର ମହାବିର ପାଟଣା ସାହି ବାନାମ୍ବର ବାରିକ ଙ୍କ ପୁଅ ସରୋଜ କୁମାର ବାରିକ ଙ୍କୁ ନୟାଗଡ଼ ଟାଉନ ପୁଲିସ ଗିରଫ କରିଛି । ତାଙ୍କ ଠାରୁ ୨ ଗୋଟି ଚୋରା ଗାଡ଼ି ଜବତ କରାଯାଇଛି । ସୁଚନାନୁସାରେ ମହିପୁରର କୁନା ଦୋରା ଏକ ମାମଲା ଦାୟର କରିଥିଲେ । ନୟାଗଡ଼ ଟାଉନ ଥାନା ପକ୍ଷରୁ ୧୨୯/୨୦୨୨ ରେ ଏକ ମାମଲା ରୁଜ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୁଚନାଦେଇଛନ୍ତି । ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନା ।





