ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ସଦର ଥାନା ଅଂଚଳରେ ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀକୁ କାବୁ କରିଛି ବିଭାଗ । କାବୁ ହୋଇଥିବା ବ୍ରାଉନ ସୁଗାର ବେପାରୀ ବଳଦିଆବନ୍ଧ ଗ୍ରାମର ବିଷ୍ଣୁ ଚରଣ ସାହୁ ବୋଲି ଜଣାପଡିଛି । ଅଭିଯୁକ୍ତ ଠାରୁ ଅବକାରୀ ସ୍କ୍ୱାର୍ଡ ୩୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଅଂଚଳରେ ବ୍ରାଉନ ସୁଗାର କାରବାର ବଢି ଚାଲିଥିବା ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗର ଏହି ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଚାନକ ଚଢ଼ାଉ କରିଥିଲା ।





