Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗ୍ରୀଷ୍ମପ୍ରବାହ ଓ ପ୍ରତିକାର ନେଇ ଜିଲ୍ଲାସ୍ତରୀୟ ବୈଠକ

by ସଞ୍ଜୟ ସ୍ୱାଇଁ
March 13, 2020
in Feature News
ଗ୍ରୀଷ୍ମପ୍ରବାହ ଓ ପ୍ରତିକାର ନେଇ ଜିଲ୍ଲାସ୍ତରୀୟ ବୈଠକ
26
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମପ୍ରବାହ ଓ ଏହାର ପ୍ରତିକାର ବୈଠକ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ଗ୍ରୀଷ୍ମପ୍ରବାହ ଓ ପ୍ରତିକାର ସଂପର୍କରେ ଆଲୋଚନା କରି ସମସ୍ତ ବିଭାଗର ଅଧିକାରୀମାନଙ୍କୁ ଗ୍ରୀଷ୍ମପ୍ରବାହ ସମୟରେ ନିଜ ନିଜ ସ୍ତରରେ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଜନସମାଗମ ସ୍ଥାନମାନଙ୍କରେ ପାନୀୟଜଳ ବ୍ୟବସ୍ଥା କରାଇବା ପାଇଁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀମାନେ ଯତ୍ନବାନ ହେବା ପାଇଁ କହିଥିଲେ । ସେହିପରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସମସ୍ତ ନଳକୁଅଗୁଡ଼ିକୁ ସଚଳ ଅବସ୍ଥାରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଥିବା ନଳକୁଅଗୁଡ଼ିକୁ ମଧ୍ୟ ସଚଳ ରଖିବା ପାଇଁ ମଧ୍ୟ କହିଥିଲେ । ଖରାପ ହୋଇଯାଇଥିବା ନଳକୁଅଗୁଡ଼ିକ ତୁରନ୍ତ ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପଂଚାୟତମାନଙ୍କରେ ଜଳଛତ୍ରର ବ୍ୟବସ୍ଥା କରାଇବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମେଡିକାଲମାନଙ୍କରେ ଆବଶ୍ୟକୀୟ ଔଷଧପତ୍ର ଏବଂ ଅଂଶୁଘାତର ପ୍ରଶମନ ପାଇଁ ଏବଂ ସମସ୍ତ ଡାକ୍ତରଖାନା ଓ ଏ.ଏନ.ଏମ କେନ୍ଦ୍ରରେ ଓ.ଆର.ଏସ. ପାଉଡରର ସୁବ୍ୟବସ୍ଥା କରାଇବା ପାଇଁ ସି.ଡି.ଏମ.ଓ.ଙ୍କୁ ପରାମର୍ଶ ଦେଇଥିଲେ । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସକାଳ ଘ.୬.୩୦ମି. ସମୟରେ ଖୋଲି ଦିବା ୧୦ଘଟିକା ସମୟରେ ବନ୍ଦ କରିବା ପାଇଁ କହିଥିଲେ । ଏହା ସହିତ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ସିଡିପିଓମାନଙ୍କୁ ପରାମର୍ଶ ଦେଇଥିଲେ । କୌଣସି ବ୍ୟକ୍ତି ଅଂଶୁଘାତରେ ପ୍ରାଣ ହରାଇଲେ ଏହାର ତଦନ୍ତ ରିପୋର୍ଟ ସଂପୃକ୍ତ ଅଂଚଳର ବିଡିଓ, ତହସିଲଦାର ଏବଂ ଡାକ୍ତର ମିଳିତ ଭାବରେ ତଦନ୍ତ କରି ୨୪ଘଂଟା ମଧ୍ୟରେ ରିପୋର୍ଟ ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବେ । ସେହିପରି ଶ୍ରମ ବିଭାଗ ଦିବା ଘ.୧୧.୩୦ମି. ସମୟରୁ ଅପରାହ୍ନ ଘ.୦୩.୩୦ମି. ପର୍ଯ୍ୟନ୍ତ କାମ ନ କରିବା ପାଇଁ ଶ୍ରମିକମାନଙ୍କୁ ସଚେତନ କରାଇବେ । ଜିଲ୍ଲା ଶ୍ରମ ଅଧିକାରୀ , ବିଡିଓ ଓ ନିର୍ବାହୀ ଅଧିକାରୀ ଏଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ । ଗ୍ରୀଷ୍ମ ପ୍ରବାହ ସମୟରେ ଯାତ୍ରୀବାହି ବସଗୁଡ଼ିକ ଆବଶ୍ୟକ ପାଣି ଓ ପ୍ରାଥମିକ ଚିକିତ୍ସାର ସୁବ୍ୟବସ୍ଥା କରାଇବା ପାଇଁ ଆଂଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ, ଜଙ୍ଗଲ ବିଭାଗ ନିଜ ନିଜର କର୍ତବ୍ୟ ସୂଚାରୁରୂପେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ଅଂଚଳରେ ଜୀବଜନ୍ତୁମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଇବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସି.ଡି.ଭି.ଓ. ଗୋରୁଗାଈଙ୍କ ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ଔଷଧ ମହଜୁଦ ରଖିବା ପାଇଁ କହିଥିଲେ । ସମସ୍ତ ସ୍କୁଲଗୁଡ଼ିକ ସକାଳ ଘ.୦୬.୩୦ ରୁ ଘ.୧୦.୩୦ମି. ପର୍ଯ୍ୟନ୍ତ ଚାଲିବ ଏବଂ ପିଲାମାନଙ୍କ ପାଇଁ ଆବଶ୍ୟକୀୟ ପାନୀୟ ଜଳର ବ୍ୟବସ୍ଥା କରାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଆଶ୍ରମ ସ୍କୁଲ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କରୋନା ଭାଇରସ ବ୍ୟାପୁଥିବାରୁ ସ୍କୁଲମାନଙ୍କରେ ପ୍ରାର୍ଥନା ସଭାରେ ପିଲାମାନଙ୍କୁ ସଚେତନତା କରାଇବା ପାଇଁ ସ୍କୁଲ ପ୍ରଧାନ ଶିକ୍ଷକ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଶିକ୍ଷା ବିଭାଗକୁ ପରାମର୍ଶ ଦେଇଥିଲେ । କରୋନା ଭାଇରସକୁ ରୋକିବା ପାଇଁ ସିଡିଏମଓଙ୍କ ପରାମର୍ଶକ୍ରମେ ସମସ୍ତ ବିଡିଓ ଓ ସିଡିପିଓଙ୍କୁ ସଚେତନତା ଲିଫଲେଟ୍ ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି, ଡି.ଏଫ.ଓ. ଶ୍ରୀ ଏଚ୍‌.ଡି.ଧନରାଜ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବସ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ର ,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଧୋବା ନାୟକ, ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ,ତହସିଲଦାର, ନିର୍ବାହୀ ଅଧିକାରୀ, ସିଡିପିଓ, ପୋଲିସ ଅଧିକାରୀ,ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ବିଭାଗର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!