Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା’ ସମୁଖରେ ପୁଅକୁ ହାଣିଲେ ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
August 16, 2022
in Crime, State
ମା’ ସମୁଖରେ ପୁଅକୁ ହାଣିଲେ ଦୁର୍ବୃତ୍ତ
138
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ମା’ ଆଖି ଆଗରେ ପୁଅକୁ ହାଣିଦେଲେ ଦୁର୍ବୃତ୍ତ । ପୁଅକୁ ବଞ୍ଚାଇବାକୁ ମା’ର ଆକୁଳ ଚିତ୍କାର କାମ ଦେଲାନି । ଶେଷରେ ଘଟଣାସ୍ଥଳରେ ହିଁ ଆଖି ବୁଜିଦେଲା ୨୫ ବର୍ଷର ପୁଅ। ପୁଅକୁ ବଞ୍ଚାଇବାକୁ ଯାଇ ମା’ ବି ଗୁରୁତର ହୋଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛି। ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ପରିସରରେ ଘଟିଛି। ମୃତକ ହେଲେ ସୁଦପଡ଼ା ଅଞ୍ଚଳର ଅଜୁ ଦୋରା। ତାଙ୍କ ମା’ ଜୟନ୍ତୀ ଦୋରା ଗୁରୁତର ଅବସ୍ଥାରେ ଭୀମଭୋଇ ହସ୍‌ଟାଲରେ ଚିକିତ୍ସାଧୀନ ଅଛନ୍ତି। ଉଭୟ ଜୟନ୍ତୀ ଓ ତାଙ୍କ ପୁଅ ଅଜୁ ହସ୍ପିଟାଲ ପରିସରରେ ଠେଲାଗାଡ଼ିରେ ଖାଦ୍ୟ ବିକନ୍ତି । ହଠାତ୍‌ ଗତକାଲି ୨ ଦୁର୍ବୃତ୍ତ ପହଞ୍ଚି ସେମାନଙ୍କ ସହ ବଚସା କରିଥିଲେ। ଏହାପରେ ମାରଣାସ୍ତ୍ରରେ ସେମାନେ ଅଜୁଙ୍କୁ ଆକ୍ରମଣ କରିଥିଲେ। ପୁଅକୁ ବଞ୍ଚାଇବାକୁ ମା’ ଆକୁଳ ନିବେଦନ କରୁଥିବା ବେଳେ ଦୁର୍ବୃତ୍ତଙ୍କୁ ମଧ୍ୟ ଗୁହାରି କରିଥିଲା। ମାତ୍ର କେହି ଡାକ ଶୁଣିଲେନି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଅଜୁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିବା ବେଳେ ଜୟନ୍ତୀ ଗୁରୁତର ହୋଇଥିଲେ। ମେଡିକାଲ ବେଡ୍‌ରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ମା’ ଆଖିରୁ ଅନବରତ ଲୁହ ଗଡ଼ୂଥିବା ବେଳେ ପୁଅ ହତ୍ୟାକାରୀଙ୍କୁ ଖୋଜି ଦଣ୍ଡ ଦେବାକୁ ସେ ପୁଲିସ୍‌ ନିକଟରେ ଗୁହାରି କରିଛନ୍ତି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତଙ୍କ ଟେର ପାଇନି। ହତ୍ୟାକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇପାରିନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!