ନୟାଗଡ଼, (ବାଘୁଆବାର୍ତ୍ତା): ଚାରିବର୍ଷ ତଳେ ତିନି ଜଣ ମିଶି ଜଙ୍ଗଲରେ ମାରିଥିଲେ ଚିତାବାଘ । ବନ ବିଭାଗର ତନାଘନା ପରେ ଧରାପଡିଡ଼ଛନ୍ତି ଯୁବକ । ଓଡ଼ଗାଁ ଗୋଡ଼ିପଲ୍ଲୀ ଗ୍ରାମର ଅକ୍ରୁର ସ୍ୱାଇଁଙ୍କ ପୁଅ ସଞ୍ଜୟ ସ୍ୱାଇଁ ତିନି ସାଙ୍ଗ ମିଶି ପାର୍ଧି କରିଥିଲେ ଚିତାବାଘ । ଏଥିମଧ୍ୟରୁ ଜଣେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ରାଜ୍ୟ ବାହାରେ ଅଛନ୍ତି । ବନ ବିଭାଗ ଚଢ଼ଉ କରି ତାର, ଛୁରୀ ଜବତ କରିଛି । ଚମଡ଼ା ହାଡ଼ ପାଇଁ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ସଞ୍ଜୟ ମିଳିମିଶି ବାଘଟିକୁ ମାରିଥିବା ସ୍ୱୀକାର କରିଛି । ତାକୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ଉକ୍ତ ଫଟୋଟି ତାଙ୍କ ପାଖରୁ ମିଳିଥିବା ଜଣା ପଡିଛି ।





