Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଉଜଙ୍କୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦିଅର, ବାନ୍ଧିଲା ପୋଲିସ

by ସଞ୍ଜୟ ସ୍ୱାଇଁ
August 12, 2022
in Crime, State
ଭାଉଜଙ୍କୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦିଅର, ବାନ୍ଧିଲା ପୋଲିସ
99
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ଭାଇ ଘରକୁ ବୁଲି ଆସିଥିବା ବେଳେ ଭାଉଜଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିବା ଅଭିଯୋଗରେ ସେକ୍ଟର-୩ ଥାନା ପୁଲିସ୍‌ ସମ୍ପର୍କୀୟ ଦିଅର ଜଗନ୍ନାଥ ଭରାସାଗର ଓରଫ ରୋହିତଙ୍କୁ ତରଭା ଥାନା ଅଞ୍ଚଳରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ରୋହିତଙ୍କ ବିରୋଧରେ ମାମଲା ରୁଜୁ କରି ଗୁରୁବାର କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁସାରେ, ସେକ୍ଟର-୩ ଥାନା ଅଞ୍ଚଳରେ ରହୁଥିବା ପୀଡ଼ିତାଙ୍କ ସମ୍ପର୍କୀୟ ଦିଅର ମାର୍ଚ୍ଚ ୨୦ ତାରିଖ ଦିନ କୌଣସି କାର୍ୟ୍ୟରେ ତାଙ୍କ ଘରକୁ ଆସିଥିଲେ । ମାତ୍ର ସମ୍ପର୍କୀୟ ଭାଇ ନିଜ ଅଫିସ୍‌ କାର୍ୟ୍ୟରେ ଏପ୍ରିଲ ୧୮ ତାରିଖରୁ ସହର ବାହାରକୁ ଯାଇଥିବା ବେଳେ ଘରେ ସମ୍ପର୍କୀୟ ଭାଉଜ ଏକୁଟିଆ ରହୁଥିଲେ । ଏହାର ସୁଯୋଗ ନେଇ ରୋହିତ ସମ୍ପର୍କୀୟ ଭାଉଜଙ୍କୁ ଦୁଷ୍କର୍ମ କରିଥିଲେ । ଏ ସମ୍ପର୍କରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଜଣାଇ ଦେବାକୁ କହିବାରୁ ରୋହିତ ତାଙ୍କୁ ଓ ତାଙ୍କ ପୁଅକୁ ଜୀବନରୁ ମାରି ଦେବାକୁ ଧମକ୍‌ ଦେଇଥିଲେ । ଏନେଇ ଭାଉଜ ସମ୍ପର୍କୀୟ ଦିଅର ବିରୋଧରେ ସେକ୍ଟର-୩ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍‌ ଏନେଇ ତଦନ୍ତ ଚଳାଇଥିବା ବେଳେ ଆଜି ରୋହିତ ଗିରଫ ଭୟରେ ଫେରାର ହୋଇଯାଇଥିଲେ । ମାତ୍ର ପୁଲିସ୍‌ ରୋହିତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!