Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମି ବାଡି ବିବାଦକୁ ନେଇ ବଡ଼ପୁଅକୁ ସାନପୁଅ ସହ ମିଶି ବାପା କରିଛନ୍ତି ହତ୍ୟା

by ସଞ୍ଜୟ ସ୍ୱାଇଁ
August 11, 2022
in Crime, State
ଜମି ବାଡି ବିବାଦକୁ ନେଇ ବଡ଼ପୁଅକୁ ସାନପୁଅ ସହ ମିଶି ବାପା କରିଛନ୍ତି ହତ୍ୟା
30
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ରକ୍ତର ସମ୍ପର୍କ ଭୁଲି ଗଲେ ବାପ-ପୁଅ। ବିଚ୍‌ ବଜାରରେ ସର୍ବ ସମ୍ମୁଖରେ ନିଜ ଜନ୍ମକଲା ପୁଅକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ। ପରେ ସାନ ପୁଅ ସହ ମିଶି କଇଁଚିରେ ଭୁଷି ହତ୍ୟା କରିଥିଲେ। ଆଜି ଏପରି ହୃଦୟବିଦାରକ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଞ୍ଚଳରେ ଘଟିଛି। ଜମି ବାଡି ବିବାଦକୁ ନେଇ ବଡ଼ପୁଅକୁ ସାନପୁଅ ସହ ମିଶି ବାପା ଅତ୍ୟା କରିଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଯୁବରାଜପୁର ଗାଁର ସୁବାସ ବାରିକଙ୍କୁ ଦୁଇ ପୁଅ ହେଉଛନ୍ତି ଝରିଆ ଓ ଅଶିତ। ଦୁଇ ପୁଅ ବିବାହିତ ଓ ଅଲଗା ରୁହନ୍ତି। ବଡ଼ପୁଅ ଝରିଆ ପୂଜା ସାମଗ୍ରୀ ବିକ୍ରି କରୁଥିବା ବେଳେ ସାନ ପୁଅ ଅଶିତ ଜଣେ ଟେଲର୍‌। ସୁବାସ କିନ୍ତୁ ସାନପୁଅ ପାଖରେ ରହୁଥିଲେ। ହେଲେ ବଡ଼ ପୁଅଙ୍କ ସହିତ ଜମିବାଡିକୁ ନେଇ ବିବାଦ ଲାଗି ରହୁଥିଲା। ଯେଉଁଥିପାଇଁ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଆଜି ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଝରିଆ ବାରିକ ପୂଜା ସାମଗ୍ରୀ ବିକ୍ରି କରିବା ପାଇଁ ଲୁଣିବାହାଲ ବଜାରକୁ ଯାଇଥିଲେ। ସେ ବଜାରରେ ବିକ୍ରି କରୁଥିବା ବେଳେ ବାପା ସୁବାସ ହାତରେ ଠେଙ୍ଗା ଓ ସାନ ଭାଇ ଅଶିତ କଇଁଚି ଧରି ସେଠାରେ ପହଞ୍ଚି ଥିଲେ। ସର୍ବ ସମ୍ମୁଖରେ ସେମାନେ ଝରିଆଙ୍କୁ ଆକ୍ରମଣ କରିଥିଲେ। ବଜାରରେ ଲୋକ ଗହଳି ଭିତରେ ଝରିଆ ଜୀବନ ବିକଳରେ ଧାଇଁ ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାପ-ପୁଅ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଝରିଆଙ୍କୁ ସୁବାସ ବାଡ଼ିରେ ପିଟିଥିଲା ବେଳେ ଅଶିତ ଲୁଗା କଟା କଇଁଚିରେ ଭୁସି ଦେଇଥିବା ଅଭିଯୋଗ ହୋଇଥିଲା। ଫଳରେ ଗୁରୁତର ଆହତ ହୋଇଥିଲେ ଝରିଆ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମର୍ଡର ପରେ ଚମ୍ପଟ ମାରିଥିବା ବାପ-ପୁଅଙ୍କୁ ପୁଲିସ ବୌଦ୍ଧ ଥାନା ସରସରା ନିକଟରୁ କାବୁ କରି ଘଟଣାର ତଦନ୍ତ ଚଳାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!