Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲା ଶିକ୍ଷା ଅଧିକାରୀ ହାରିଲେ, ବ୍ଲକ ଶିକ୍ଷା ଅଧିକାରୀ ଜିତିଲେ

by ସଞ୍ଜୟ ସ୍ୱାଇଁ
March 10, 2020
in Entertainment
ଜିଲ୍ଲା ଶିକ୍ଷା ଅଧିକାରୀ ହାରିଲେ, ବ୍ଲକ ଶିକ୍ଷା ଅଧିକାରୀ ଜିତିଲେ
44
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପବିତ୍ର ହୋଲି ଉପଲକ୍ଷେ ବିଇଓ ଏକାଦଶ ଏବଂ ଡିଇଓ ଏକାଦଶ ମଧ୍ୟରେ ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ମ୍ୟାଚରେ ବିଇଓ ଏକାଦଶ ୫ ୱିକେଟରେ ଡିଇଓ ଏକାଦଶକୁ ହରାଇ ବିଜୟୀ ହୋଇଛି । ନବଘନପୁର ହାଇସ୍କୁଲ ଖେଳପଡ଼ିଆ ଠାରେ ଆୟୋଜିତ ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଡିଇଓ ଏକାଦଶ ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୭୭ ରନରେ ସମସ୍ତ ୱିକେଟ ହରାଇଥିଲା । ଦଳ ପକ୍ଷରୁ ସୁରେଶ ଆଚାର୍ଯ୍ୟ ସର୍ବାଧିକ ୧୫ ରନ କରିଥିଲେ । ଏହାର ଜବାବରେ ବିଇଓ ଏକାଦଶ ପକ୍ଷରୁ ସଲିମ ଇବ୍ରାହୀମ ଏବଂ କାଳୁ ଜେନା ଇନିଂସ ଓପନ କରିବା ସହ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ । ସଲିମ ମାତ୍ର ୫ଟି ବଲରେ ୪ଟି ଚୌକା ସହ ୧୬ ରନ କରି ଆଉଟ ହୋଇଥିଲେ । ବିଇଓ ଏକାଦଶ ମଧ୍ୟ ଲଗାତାର ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ଦଳପକ୍ଷରୁ ଜୀବନ ହୋତା ମୂଲ୍ୟବାନ ଅପରାଜିତ ୩୧ ରନ ଏବଂ ଅଧିନାୟକ ଲକ୍ଷ୍ମୀଧର ସାହୁଙ୍କ ଧୈର୍ଯ୍ୟପୂର୍ଣ୍ଣ ଅପରାଜିତ ୧୫ ରନ ବଳରେ ହାତରେ ୫ ୱିକେଟ ଥାଇ ମାତ୍ର ୯ ଓଭରରେ ଆବଶ୍ୟକ ରନ ହାସଲ କରି ମ୍ୟାଚ ଜିତି ଯାଇଥିଲା । ଡିଇଓ ଏକାଦଶ ପକ୍ଷରୁ ମନୋରଂଜନ ସର୍ବାଧିକ ୪ଟି ୱିକେଟ ହାସଲ କରିଥିଲେ । ବିଇଓ ଏକାଦଶ ପକ୍ଷରୁ ସର୍ବାଧିକ ରନ କରିଥିବା ଜୀବନ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିବା ବେଳେ ସର୍ବାଧିକ ୪ଟି ୱିକେଟ ନେଇଥିବା ସାଗର ବେଷ୍ଟ ବୋଲର ବିବେଚିତ ହୋଇଥିଲେ । ଡିଇଓ ଏକାଦଶ ପକ୍ଷରୁ ଶ୍ରୀଧର ସାହୁ ଅଧିନାୟକତ୍ୱ କରିଥିବା ବେଳେ ଶେଖ ଅବଦୁଲ ଖାଲିକ ଏବଂ ଅଶୋକ ମଲ୍ଲ ଅମ୍ପାୟାରିଂ ଦାୟିତ୍ୱ ସମ୍ଭାଳିଥିଲେ । ଉଭୟ ଦଳରେ ନୟାଗଡ଼ ବ୍ଳକ ଏବଂ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକ ଏବଂ କର୍ମଚାରୀମାନେ ସାମିଲ ହୋଇଥିବା ବେଳେ ମୁଖ୍ୟ କିରାଣୀ ହାଡ଼ିବନ୍ଧୁ ନାୟକ,ଶିକ୍ଷକ ନେତା ସୁରେଶ ସେଠି,ଉମେଶ ସ୍ୱାଇଁ,ରବି ସାହୁ ତଥା ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!