ଭଦ୍ରକ, (ବାଘୁଆବାର୍ତ୍ତା): ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ । ୧୨୫ ଗ୍ରାମର ବ୍ରାଉନ୍ସୁଗାର ଜବତ। ଘଟଣାରେ ଦୁଇ ଜଣଙ୍କୁ ବାନ୍ଧିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ । ଖବର ଅନୁଯାୟୀ, ଯାଜପୁର ଟାଉନ୍ ଥାନା ମାଟିଆକଣା ଗାଁର ଲିପୁନା ଦାସ ଓ ଭବାନିଗଞ୍ଜ ଗାଁର ଧରଣୀଧର ଜେନା ବ୍ରାଉନସୁଗାର ନେଇ ଧାମନଗର ୧୬ ନମ୍ବର ଜାତୀୟ ରାଜପଥ ଆଡକୁ ଆସୁଥିଲା । ଠିକ୍ ଏହି ସମୟରେ ପାଲିକରି ଛକ ନିକଟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ସନ୍ଦେହରେ ଗାଡିକୁ ପିଛା କରିଥିଲା । ପରେ ଦୁଇ ବାଇକ ଆରୋହୀଙ୍କୁ କାବୁ କରିଥିଲା । ଏବଂ ତାଙ୍କ ନିକଟରୁ ୧୨୫ ଗ୍ରାମର ବ୍ରାଉନ୍ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।





