Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିଭି ସିନ୍ଧୁଙ୍କୁ ସ୍ୱର୍ଣ୍ଣ

by ସଞ୍ଜୟ ସ୍ୱାଇଁ
August 8, 2022
in NATIONAL NEWS, Sports
ପିଭି ସିନ୍ଧୁଙ୍କୁ ସ୍ୱର୍ଣ୍ଣ
43
VIEWS
Share on FacebookShare on Twitter

ବର୍ମିଂହାମ, (ବାଘୁଆବାର୍ତ୍ତା): ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁଙ୍କ ଅଧୂରା ସ୍ୱପ୍ନ ଆଜି ପୂରା ହୋଇଛି। ୨୦୧୮ରେ ତାଙ୍କର ଯେଉଁ ସ୍ୱପ୍ନ ଅଧା ରହି ଯାଇଥିଲା ୨୦୨୨ରେ ତା’ହା ପୂରଣ ହୋଇଛି। କାରଣ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ସିନ୍ଧୁ। ସେ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନରେ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୨୦୧୮ରେ ସିନ୍ଧୁ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅନ୍ୟତମ ଭାରତୀୟ ଷ୍ଟାର ସାଇନା ନେହୱାଲଙ୍କ ଠାରୁ ପରାସ୍ତ ହୋଇଥିଲେ। ସାଇନା ସ୍ୱର୍ଣ୍ଣ ଓ ସିନ୍ଧୁ ରୌପ୍ୟ ଜିତିଥିଲେ। ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାଇନା ନଥିବାରୁ ସିନ୍ଧୁଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲେ। ସେ ମଧ୍ୟ କାହାକୁ ନିରାଶ କରି ନାହାନ୍ତି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ସିନ୍ଧୁଙ୍କ ବାମଗୋଡ଼ରେ ସମସ୍ୟା ସୃଷ୍ଟି ହୋଇଥିଲା। ତଥାପି ସେ ଏହାକୁ ଖାତିର ନ କରି ଲି‘ଙ୍କ ବିପକ୍ଷରେ ଲଢ଼େଇ କରିଥିଲେ। ଲି’ ହେଉଛନ୍ତି ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତା। ତେଣୁ ଆଜି ସେ ସିନ୍ଧୁଙ୍କୁ କିଛି ମାତ୍ରାରେ ସମସ୍ୟାରେ ପକାଇଥିଲେ। କିନ୍ତୁ ସିନ୍ଧୁ ନିଜର କ୍ଲାସ ଦେଖାଇଛନ୍ତି। ମ୍ୟାଚ୍‌ ଆରମ୍ଭରୁ ସିନ୍ଧୁ ଲିଡ ହାସଲ କରିଥିଲେ। ହେଲେ ଲି’ କମବ୍ୟାକ କରିଥିଲେ। କିନ୍ତୁ ସିନ୍ଧୁ ପ୍ରଥମ ସେଟକୁ ୨୧-୧୫ରେ ଜିତି ନେଇଥିଲେ। ସେହିପରି ଦ୍ୱିତୀୟ ସେଟକୁ ମଧ୍ୟ ସିନ୍ଧୁ ୨୧-୧୩ରେ ଜିତିବା ସହ ଭାରତ ପାଇଁ ଆଉ ଗୋଟିଏ ସ୍ୱର୍ଣ୍ଣ ପକ୍କା କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ସିନ୍ଧୁଙ୍କ ତୃତୀୟ ଏକକ ପଦକ। ସେ ୨୦୧୪ରେ ବ୍ରୋଞ୍ଜ, ୨୦୧୮ରେ ରୌପ୍ୟ ଓ ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆଜର ଏକକ ବର୍ଗରେ ସ୍ୱର୍ଣ୍ଣ ଜିତିବା ପୂର୍ବରୁ ସିନ୍ଧୁ ମିକ୍ସଡ ଟିମ ଇଭେଣ୍ଟରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ। ଅନ୍ୟପକ୍ଷରେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଏହା ୫୬ତମ ପଦକ। ଏହା ମଧ୍ୟରେ ୧୯ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ପଦକ ରହିଛି। ରେସଲିଂ ବା କୁସ୍ତିରେ ଭାରତକୁ ସର୍ବାଧିକ ୧୨ଟି ପଦକ ମିଳିଛି। ଏଥିରେ ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ରହିଛି। ସେହିପରି ଭାରୋତ୍ତୋଳନରେ ଭାରତୀୟ ଖେଳାଳିମାନେ ୧୦ଟି ପଦକ ଜିତିଛନ୍ତି। ଏଥିରେ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ମେଡାଲ ରହିଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!