ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଭୟ ଓ ଆତଙ୍କ ସୃଷ୍ଟି କରିଛି କରୋନା । ଦେଶ ବିଦେଶରୁ ଆସୁଥିବା ଖବରକୁ ନେଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି । ଯାହାକୁ ନେଇ ସିଧା ସଳଖ ପ୍ରଭାବ ପଡ଼ିଛି ଫଗୁ ବଜାରରେ । ବଜାରରେ ଥିବା ଫଗୁ ଓ ରଙ୍ଗ ବ୍ୟବସାୟୀମାନେ ପସରା ଖୋଲି ହାତ ଟେକି ବସିଛନ୍ତି । ଗୋଟିଏ ଦିନ ପରେ ହୋଲି ଉତ୍ସବ ପାଳନ ହେବାକୁ ଥିବା ବେଳେ ଏବେବି ବଜାରରେ ଫାଙ୍କା ସୃଷ୍ଟି ହୋଇଛି । ଫଳରେ ଏବର୍ଷର ହୋଲି ଫିକା ପଡ଼ିବ ବୋଲି ଆଲୋଚନା ହେଉଛି । ସାଧାରଣ ଜନତା ଏବେ ରଙ୍ଗ ଖେଳିବା ବଦଳରେ ଭୋଜିଭାତ ପାଇଁ ଯୋଜନା ଚଳାଇଥିବା ଜଣାପଡ଼ିଛି ।






