ନୟାଗଡ଼, (ବାଘୁଆବାର୍ତ୍ତା): ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେତୁବନ୍ଧ ସାହିତ୍ୟ ଅନୁଷ୍ଠାନ ତରଫରୁ ମହିଳା ଦିବସ ପାଳିତ ହୋଇଯାଇଛି । ସେତୁବନ୍ଧର ସଂପାଦିକା ଉଷା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବୟତ୍ରୀ ବସିରନ ବିବି ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଜିୟୁସିର ଅଧ୍ୟକ୍ଷା ଉଷା ପଟ୍ଟନାୟକ, ସମାଜସେବୀ ପ୍ରଭାସିନି ନନ୍ଦ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ବର୍ତ୍ତମାନ ସମାଜରେ ମହିଳାମାନଙ୍କ ସ୍ଥିତି ଓ ଅବସ୍ଥିତି ସଂମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିବା ସହ ମହିଳାଙ୍କୁ ସମୟ ସହ ତାଳ ଦେଇ ଚାଲିବାର ପନ୍ଥା ଆପଣାଇବାକୁ ପଡ଼ିବ ବୋଲି କହିଥିଲେ । ଏହି ଅବସରରେ ବାନାମ୍ବର ସାହୁଙ୍କ ରଚିତ ପୁସ୍ତକ ଅଦୃଶ୍ୟ ନିୟମରେ ବନ୍ଧାକୁ ଅତିଥିମାନେ ଉନ୍ମୋଚନ କରିଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଉଷା ପଟ୍ଟନାୟକ, ପ୍ରଭାସିନି ନନ୍ଦ, ଅଭିନେତ୍ରୀ ସାବରୀ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।






