ଜଟଣୀ, (ବାଘୁଆବାର୍ତ୍ତା): ଜଟଣୀ ପୋଲିସର ବଡ଼ ସଫଳତା । ତିନି ଚୋରଙ୍କୁ ବାନ୍ଧିଲା ପୋଲିସ କ୍ଷ ଗତକାଲି ସନ୍ଧ୍ୟା ୭.୩୦ ସମୟରେ ଜଟଣୀ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମର ରାଜେନ୍ଦ୍ର ବେହେରା ମୋଟର ସାଇକେଲ ନେଇ ଜଟଣୀ ବଜ଼ାରକୁ ଆସୁଥିଲେ । ଏହି ସମୟରେ ଶରତ ପାଇକରାୟ ଷ୍ଟାଡ଼ିୟମ ନିକଟରେ ତିନି ଜଣ ଚୋର ଲାଲରଙ୍ଗ ମୋଟରସାଇକେଲରେ ଆସି ତାଙ୍କ ମୋବାଇଲ ଫୋନ ଛଡେଇ ନେଇଯାଇଥିବା ଅଭିଯୋଗ ହୋଇଥିଲା । ମମଲାକୁ ଗୁରୁତ୍ୱର ସହ ନେଇ ଦୁଇ ଦିନ ତଳେ ନୂଆକରି ଦାୟିତ୍ୱ ନେଇଥିବା ଆଇ.ଆଇ.ସି. ସୌମ୍ୟକାନ୍ତ ବଳିୟାରସିଂଙ୍କ ନେତୃତ୍ୱରେ ପୋଲିସ ସାଙ୍ଗେ ସାଙ୍ଗେ ଥାନାରୁ ବାହାରି ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲା । ଜଟଣୀ ତଳଖେତା ଠାରେ ତିନିଜଣ ଚୋରଙ୍କୁ ବାନ୍ଧିଥିଲା ପୋଲିସ କ୍ଷ ତିନି ଚୋରଙ୍କୁ ପଚାରାଉଚର ସମୟରେ ତାଙ୍କଠାରୁ ଚାରି ମୋଟର ସାଇକେଲ ଓ ତିନି ଦାମୀ ମୋବଇଲ ଜବତ କରିଛି ପୋଲିସ । ତିନି ଜଣ ଚୋର ତିରିମାଳର ରଘୁନାଥ ସେଠି, ଜଟଣୀ ମୁଣ୍ଡିଆ ସାହିର ଏସ.କେ. ସୈଫଅଲ୍ଲୀ ହୋଇଥିଲା ବେଳେ ଅନ୍ୟ ଜଣେ ଚୋର ପିପିଲି ଥାନା କଣ୍ଟି ଅଂଚଳର ହୋଇଥିବା ଜଣାପଡ଼ିଛି । ତେବେ ତିନି ଚୋରଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ ।





