ସୋନପୁର, (ବାଘୁଆବାର୍ତ୍ତା): ବିପୁଳ ପରିମାଣର କୀଟନାଶକ ଜବତ । ସୁବର୍ଣ୍ଣପୁରର ଜିଲ୍ଲା ବିନିକା ସହର ନୁଆବଜାର ଠାରେ ଲକ୍ଷାଧିକ ଟଙ୍କାର କୀଟନାଶକ ଔଷଧ ଜବତ ହୋଇଛି । ଏସବୁ ରାୟପୁରରୁ ଆସୁଥିବା ସମୟରେ ଧରାପଡିଥିଲା । ସୂଚନା ଅନୁସାରେ, ରବିବାର ଏକ ଟ୍ରକକେ କିଛି କୀଟନାଶକ ସୋନପୁର ଆସୁଥିଲା । ତେବେ ଏଫମଶି କୀଟନାଶକ କମ୍ପାନୀର କର୍ମଚାରୀମାନେ ଭେଜାଲ ଔଷଧ ଭାବି ଟ୍ରକଟିକୁ ଅଟକାଇଥିଲେ । ଟ୍ରକଟି ଅଟକିବା ପରେ ଡ୍ରାଇଭର କେତେ ପରିମାଣର କିଟନାଶକ ଔଷଧ ରହିଛି କେଉଁଠୁ ଆସୁଥିଲା କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । କମ୍ପାନୀର କର୍ମଚାରୀ ଟ୍ରକଟିକୁ ଅଟକାଇବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।





