କେନ୍ଦ୍ରାପଡା, (ବାଘୁଆବାର୍ତ୍ତା): ବୋହୂକୁ ମାରିଦେଲେ ! କେନ୍ଦ୍ରାପଡ଼ା ଜିଲ୍ଲା ସଦରଥାନା ଅନ୍ତର୍ଗତ ଚାନ୍ଦୋଳ ଅନ୍ତପୁର ଗ୍ରାମରେ ବଧୂ ହତ୍ୟା ଅଭିଯୋଗ ହୋଇଛିକ୍ଷ ସୂଚନାନୁସାରେ, ଗାଁର ଶଙ୍କର ମଲିକଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କ ମୃତଦେହ ଶାଶୂ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏ ନେଇ ସସ୍ମିତାଙ୍କ ଶ୍ୱଶୁର ବୋହୂର ବାପାଙ୍କୁ ଖବର ଦେଇଥିଲେ । ବାପାଘର ଲୋକ ପହଁଚି ଝିଅ ମରି ପଡିଥିବା ଦେଖିବାକୁ ପାଇଥିଲେ । ଝିଅ ସସ୍ମିତାଙ୍କୁ ଜ୍ୱାଇଁ ଶଙ୍କର ମଲ୍ଲିକ ହତ୍ୟା କରିଥିବା ଝିଅର ବାପା ଅଭିଯୋଗ କରିଛନ୍ତିକ୍ଷ ଏ ନେଇ ଚାନ୍ଦୋଳ ଫାଣ୍ଡିରେ ଏତଲା ଦିଆଯାଇଛି । ମୃତ ସସ୍ମିତାଙ୍କ ଶଶୂର ରବୀନ୍ଦ୍ର ମଲ୍ଲିକ, ସ୍ୱାମୀ ଶଙ୍କର ମଲ୍ଲିକ, ଓ ଶାଶୂ ଅନିତା ମଲ୍ଲିକ ଫେରାର ହୋଇଯାଇଥିବା ଜଣାପଡିଛି ।





