Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋ ଓଡ଼ିଆ, ମୋ ଓଡ଼ିଶା ଚାହୁଁଥିଲେ ବିଜୁ ବାବୁ : ଅରୁଣ

by ସଞ୍ଜୟ ସ୍ୱାଇଁ
March 8, 2020
in Feature News
ମୋ ଓଡ଼ିଆ, ମୋ ଓଡ଼ିଶା ଚାହୁଁଥିଲେ ବିଜୁ ବାବୁ : ଅରୁଣ
54
VIEWS
Share on FacebookShare on Twitter

ବିଜୁ ପଟ୍ଟନାୟକ ୧୦୪ ତମ ଜନ୍ମ ଜୟନ୍ତୀ

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ଆଜି ପୁରୁଣା ବସଷ୍ଟାଣ୍ଡଠାରେ ବିଜୁ ପଟ୍ଟନାୟକ ୧୦୪ ତମ ଜନ୍ମ ଜୟନ୍ତୀ ଅବସରରେ ଏକ ସାଧାରଣ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବେହେରା ତାଙ୍କ ବକ୍ତବ୍ୟରେ ବିଜୁ ବାବୁ ଓଡ଼ିଶାର ୧୩ଟି ଜିଲ୍ଲାକୁ ୩୦ ଜିଲ୍ଲାରେ ପରିଣତ କରିବା ଏବଂ ନୟାଗଡ଼କୁ ଏଥିରେ ସାମିଲ କରିବା ଗର୍ବ ଓ ଗୈାରବର କଥା ବୋଲି କହିଥିଲେ । ବିଜୁ ବାବୁ ଜଣେ କ୍କ୍‌ି ନୁହଁନ୍ତି ଗୋଟିଏ ଅନୁଷ୍ଠାନ ବୋଲି ସେ କହିବା ସହ ତାଙ୍କର ସାହାସ ଓ ମହିଳା ମାନଙ୍କୁ ଅଗ୍ରଧିକାର ଦେବାର କ୍ଷମତା ଭାରତ ବର୍ଷରେ ଅନନ୍ୟ ବୋଲି କହିଥିଲେ । ମୁଖ୍ୟ ଅତିଥି ଡ. ସାହୁ ତାଙ୍କ ବକ୍ତବ୍ୟରେ ମାର୍ଚ୍ଚ ୫ରୁ ୨୦ ତାରିଖ ୧୫ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ଜୟନ୍ତୀ ସମାରୋହ ବିଜୁ ବାବୁଙ୍କ ପ୍ରତି ଏକ ଭକ୍ତି ଅର୍ଘ । ବିଜୁ ବାବୁ ମୋ ଓଡ଼ିଆ ଓ ମୋ ଓଡ଼ିଶା ବୋଲି ସବୁବେଳେ ଚାହୁଁଥିଲେ । ବିଜୁ ବାବୁଙ୍କ ସ୍ୱପ୍ନକୁ ତାଙ୍କ ସୁପୁତ୍ର ନବୀନ ପୂରଣ କରୁଥିବା ନେଇ ମୁଖ୍ୟ ଅତିଥି ପ୍ରକାଶ କରିବା ନୟାଗଡ଼ ପାଇଁ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ନୟାଗଡ଼ ଜିଲ୍ଲା ଗଠନ କରିବା ଏବଂ ହାତୀ ପିଠିରେ ବସି ନୟାଗଡ଼ ବୁଲିବା ସହ ନୟାଗଡ଼କୁ ଏକ ନୂଆ ଦିଶା ଦେଇ ସେ ଆଜିବି ଏ ମାଟିର ଲୋକଙ୍କ ସ୍ମରଣରେ ରହିଯାଇଛନ୍ତି ବୋଲି ଡ. ସାହୁ କହିଛନ୍ତି । ବିଜେଡି ଶାସନର ୨୦ ବର୍ଷରେ ନୟାଗଡ଼ ଏବେ ପୂର୍ଣ୍ଣାଙ୍ଗ ଜିଲ୍ଲା ଭାବେ ପରିଗଣିତ ହେଇଛି । ଓଡ଼ିଶାର ଜନସାଧାରଣ ବିକାଶ କ୍ଷେତ୍ରରେ ସାମିଲ ହୋଇଥିବା ନେଇ ମନ୍ତ୍ରୀ ଡ. ସାହୁ କହିବା ସହ ଅନ୍ୟ ରାଜ୍ୟ ଓଡ଼ିଶାକୁ ଉଦାହରଣ ଭାବେ ନେଉଛନ୍ତି । ବିଜୁ ବାବୁଙ୍କର ଦୂର ଦୃଷ୍ଟି ସମୋୟଚିତ ପଦକ୍ଷେପ ବୋଲି ମନ୍ତ୍ରୀ କହିଥିଲେ । ୨୦ ବର୍ଷରେ ରାଜ୍ୟ ୩୨ ଥର ବିଭିନ୍ନ ବନ୍ୟା, ମରୁଡ଼ି, ବାତ୍ୟାର ସମ୍ମୁଖୀନ ହୋଇ ମଧ୍ୟ ରାଜ୍ୟ ଆଜି କୃଷି କ୍ଷେତ୍ରରେ ସମୃଦ୍ଧି ଲାଭ କରିଛି । ଯୁବକମାନେ ଚାକିରି ପଛରେ ନଗୋଡ଼ାଇ କୃଷି କ୍ଷେତ୍ରରେ ମନୋନିବେଶ କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହା ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ବୋଲି ସେ ସୂଚନା ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ପଟ୍ଟନାୟକ, ରମେଶ ଚନ୍ଦ୍ର ସାହୁ, ନୀଳମାଧବ ପଣ୍ଡା, ଶ୍ରୀକାନ୍ତ ପଟ୍ଟନାୟକ, ଶ୍ରବଣ ରାମ, ଜଗନ୍ନାଥ ପଣ୍ଡା, ଗୋଲାପ ଦଳବେହେରା, କମଳିନୀ ପାଟ୍ଟଶାଣୀ, ଅମୁଲ୍ୟ ମହାନ୍ତି, ରାମକୃଷ୍ଣ ରଥ, ଅଜିତ ପ୍ରସାଦ ସାହୁ, ପ୍ରଭାସିନି ନନ୍ଦ, ଜନାର୍ଦ୍ଦନ ଦଳବେହେରା, ଲୋକନାଥ ସାହୁ, ସେଖ୍ ନଇମ ପ୍ରମୂଖ ବକ୍ତବ୍ୟ ରଖିଥିଲେ ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!