ବରମିଙ୍ଘମ, (ବାଘୁଆବାର୍ତ୍ତା): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ କମାଲ। ଇତିହାସ ରଚିଲେ ଆର୍ମି ମ୍ୟାନ୍ ଅବିନାଶ ଶାବଲେ। ପ୍ରଥମେ ପ୍ରିୟଙ୍କା ଗୋସ୍ୱାମୀ ୧୦ ହଜାର ମିଟର ଚାଲିବା ପ୍ରତିଯୋଗିତାରେ ଦେଶ ପାଇଁ ରୌପ୍ୟ ଆଣିବା ପରେ ଏବେ ଅବିନାଶ ମଧ୍ୟ ଇତିହାସ ରଚିଛନ୍ତି। ସେ ୩୦ ହଜାର ମିଟର ରେସ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି। ଶନିବାର ୩ ହଜାର ମିଟର ଷ୍ଟିପଲଚେଜ୍ ପ୍ରତିଯୋଗିତାରେ ଅବିନାଶ ସ୍ୱର୍ଣ୍ଣ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ପ୍ରତିଯୋଗିତା ଆରମ୍ଭରୁ ସାବଲେ ରୌପ୍ୟ ଜିତିବେ ବୋଲି ଆଶା ନଥିଲା। କାରଣ ସେ ୨୦୦୦ ମିଟର ଅତିକ୍ରମ କରିବା ପର୍ୟ୍ୟନ୍ତ ସେ ୪ ନମ୍ବର ସ୍ଥାନରେ ଥିଲେ। କିନ୍ତୁ ଶେଷ ୧୦୦୦ ମିଟର ବେଳକୁ ଶ୍ରୀକାନ୍ତ ତାଙ୍କ ଗତି ବଢ଼ାଇବା ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ହାତେଇଥିଲେ। ୮.୧୧.୨୦ ସମୟରେ ସେ ନିର୍ଦ୍ଧାରିତ ଲକ୍ଷ୍ୟ ଛୁଇଁଥିଲେ। ତେବେ ଏହି ପ୍ରତିଯୋଗିତାରେ କେନିଆର ଆବ୍ରାହମ କିବିୱତ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାତେଇଥିଲେ। ସେ ୮.୧୧.୧୫ ସମୟରେ ଗୁଳମୁଣ୍ଡ ଛୁଇଁଥିଲେ। ସେହିପରି କାଂସ୍ୟ ପଦକ ବି କେନିଆକୁ ଯାଇଥିଲା। ଆମସ ସାରେମ ୮.୧୬.୮୩ରେ ଗୁଳ ମୁଣ୍ଡ ଛୁଇଁବା ସହ କାଂସ୍ୟ ପଦକ ଜିତିଥିଲେ।






