Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କନେଷ୍ଟବଳଙ୍କୁ ଗାଡ଼ି ଚଢ଼ାଇ ଗିରଫ ହେଲେ ସଲମାନଙ୍କ ଓକିଲ

by ସଞ୍ଜୟ ସ୍ୱାଇଁ
August 6, 2022
in Accident, Crime, NATIONAL NEWS
କନେଷ୍ଟବଳଙ୍କୁ ଗାଡ଼ି ଚଢ଼ାଇ ଗିରଫ ହେଲେ ସଲମାନଙ୍କ ଓକିଲ
129
VIEWS
Share on FacebookShare on Twitter

ଉଦୟପୁର, (ବାଘୁଆବାର୍ତ୍ତା): ଅଡୁଆରେ ବଲିଉଡର ଦବଙ୍ଗ ଖାନ୍‌ ତଥା ସଲମାନ ଖାନ୍‌ଙ୍କ ଓକିଲ। କୃଷ୍ଣସାର ମୃଗ ଶିକାର ମାମଲାରେ ବିଷ୍ଣୋଇ ସମାଜ ପକ୍ଷରୁ ସଲମାନଙ୍କ କେସ୍‌ ଲଢ଼ୁଥିବା ଓକିଲ ଗିରଫ। ଜଣେ କନଷ୍ଟେବଳଙ୍କୁ ଗାଡି ଚଢ଼ାଇ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ରାଜସ୍ଥାନ ପୁଲିସ ଗିରଫ କରିଛି। ରାଜସ୍ଥାନ ଯୋଧପୁର ଠାରେ କାର୍ୟ୍ୟରତ ଜଣେ କନେଷ୍ଟବଳଙ୍କ ଉପରକୁ ଓକିଲଙ୍କ ଗାଡି ମାଡି ଯାଇଥିଲା। ଏହାପରେ କନେଷ୍ଟବଳ ଜଣଙ୍କ ଡିଭାଇଡରରେ ପିଟି ହୋଇ ପୁଣି କାର ତଳକୁ ଚାଲି ଆସିଥିଲ। ଗୁରୁତର କନେଷ୍ଟବଳଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ପୁଲିସ ସଂପୃକ୍ତ ଓକିଲଙ୍କୁ ଗିରଫ କରିଛି। ଥାନା ଅଧିକାରୀ ସୁମେରଦାନ ଚରଣଙ୍କ କହିବା ମୁତାବକ, କୁଡି ଭଗତାସନୀ ଥାନା ଅଞ୍ଚଳ ଗେଟ ନମ୍ବର-୩ ରେ ଗତ ବିଳମ୍ବିତ ରାତିରେ କାର୍ୟ୍ୟରତ କନେଷ୍ଟବଳ ରମେଶ ସାରଣ ଡିଭାଇଡର ପାଖରେ ଠିଆ ହୋଇଥିଲେ। ଏହି ସମୟରେ ୧୨୦ ସ୍ପିଡରେ ଏକ କାର୍‌ ଆସି ଡିଭାଇଡର୍‌ରେ ପିଟି ହୋଇ ତାଙ୍କୁ ଧକ୍କା ଦେଇଥିଲା। ଏହାପରେ କାର୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲେ। ଏହା ଦେଖି ଅନ୍ୟ ପୁଲିସ କର୍ମଚାରୀମାନେ ଗୁରୁତର ଅବସ୍ଥାରେ କନେଷ୍ଟବଳଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲ ନେଇଯାଇଥିଲେ। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପୁଲିସ ଧାରା ୨୭୯, ୩୦୪(କ) ଆଧାରରେ ମାମଲା ରୁଜୁ କରିଛି। ଏହାସହ ଗାଡି ଚଳାଉଥିବା ଓକିଲ ମହିପାଲ ବିଷ୍ଣୌଇଙ୍କୁ ଗିରଫ କକରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ମହିପାଲ ହେଉଛନ୍ତି ସେହି ଓକିଲ ଯିଏକି କୃଷ୍ଣସାର ମୃଗ ଶିକାର ମାମଲାରେ ବିଷ୍ଣୋଇ ସମାଜ ପକ୍ଷରୁ ସଲମାନ ଖାନ୍‌ଙ୍କ କେସ୍‌ ଲଢ଼ୁଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!